fbpx

ଏହି ଦୁଇ ବ୍ୟାଙ୍କ୍ ମଧ୍ୟ ବଢ଼ାଇଲେ ଏଫଡି ଉପରେ ସୁଧ, ଗ୍ରାହକଙ୍କୁ ମିଳିବ ଫାଇଦା

ନୂଆଦିଲ୍ଲୀ: ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍ ଏବଂ କାନାରା ବ୍ୟାଙ୍କ୍ ଫିକ୍ସ ଡିପୋଜିଟ୍ ଉପରେ ବ୍ୟାଙ୍କ୍ ସୁଧ ଦର ବଢ଼ାଇଛନ୍ତି । ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍ ୨ କୋଟି ଟଙ୍କାରୁ କମ୍ ରାଶିର ଏଫଡିର ସୁଧ ଦରରେ ୩୫ ଆଧାର ପଏଣ୍ଟ ପର୍ଯ୍ୟନ୍ତ ବଢ଼ାଇଛି । ନୂଆ ରେଟ୍ ୧୦ ଅକ୍ଟୋବରୁ ଲାଗୁ ହେବ । ଆଇଓବି ଏବେ ୭ ଦିନ ଅବଧିରୁ ନେଇ ନେଇ ୧୦ ବର୍ଷ ପର୍ଯ୍ୟନ୍ତ ଅବଧିରେ ମ୍ୟାଚୁର ହେଉଥିବା ଏଫଡି ଉପରେ ୩.୬୦ ପ୍ରତିଶତ ରୁ ନେଇ ୫.୮୫ % ସୁଧ ଦେଉଛି । ୧୦୦୦ ଦିନର ମ୍ୟାଚୁରିଟି ଥିବା ଏଫଡି ଉପରେ ବ୍ୟାଙ୍କ୍ ୬ % ବାର୍ଷିକ ଦରରେ ସୁଧ ଦେବ ।

ସାର୍ବଜନିକ କ୍ଷେତ୍ରର କାନାର ବ୍ୟାଙ୍କ ମଧ୍ୟ ୨ କୋଟିରୁ କମ୍ ଏଫଡି ଉପରେ ସୁଧ ଦରରେ ବୃଦ୍ଧି କରିଛି । ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ ଅନୂଯାୟୀ, ନୂଆ ଦର ଆଜି ୭ ଅକ୍ଟୋବର ୨୦୨୨ ଠାରୁ ପ୍ରଭାବୀ ହୋଇଛି । ବ୍ୟାଙ୍କ୍ ୭ ଦିନରୁ ଆରମ୍ଭ କରି ୨ ବର୍ଷ ସମୟ ଅବଧିର ଏଫଡି ଉପରେ ୩.୨୫ %ରୁ ୬.୫୦ % ସୁଧ ଦେଉଛି ।

Get real time updates directly on you device, subscribe now.