fbpx

ଗୋଟିଏ ମଦ ବୋତଲର ଦାମ୍ ୬.୫ କୋଟି, ତଥାପି ଲାଗିଛି ଲମ୍ବା ଲାଇନ୍! କାହିଁକି ଏତେ ଡିମାଣ୍ଡ, କ’ଣ ଅଛି ଏଥିରେ

ନୂଆଦିଲ୍ଲୀ: ଆଜିକାଲି ମଦର ଡିମାଣ୍ଡ କେତେ ତାହା ଆପଣମାନେ ଭଲ ଭାବରେ ଜାଣିଥିବେ । ମଦର ଦାମ୍ ଯେତେ ବେଶି ହେଲେ ବି ଦୋକାନ ଆଗରେ ସବୁବେଳେ ଗହଳି ଲାଗିଥାଏ । ତେବେ ଯଦି ଆପଣଙ୍କୁ କୁହାଯିବ ଗୋଟିଏ ମଦ ବୋତଲର ଦାମ୍ କୋଟି କୋଟି ଉପରେ, ତେବେ ଆପଣ ହୁଏତ ଏହାକୁ ବିଶ୍ୱାସ କରିବେ ନାହିଁ । ଏପରି ଏକ ଦୁର୍ଲ୍ଲଭ ହ୍ୱିସ୍କିର ଦାମ୍ ହେଉଛି ୬.୫ କୋଟି ।

ଜାପାନୀ ହ୍ୱିସ୍କି ୟାମାଜାକି-୫୫ର ମୂଲ୍ୟ ଯାହା ହେଉନା କାହିଁକି ଲୋକମାନେ ଏହାକୁ କିଣିବାକୁ ପାଗଳ ହୋଇଥାନ୍ତି । ଜାପାନରେ ପ୍ରସ୍ତୁତ ହୋଇଥିବା ଏହି ହ୍ୱିସ୍କି ସବୁଠାରୁ ପୁରାତନ ଓ ମହଙ୍ଗା ହ୍ୱିସ୍କି ଅଟେ । ଏକ ନିଲାମୀରେ ୟାମାଜାକି ହ୍ୱିସ୍କିର ୭୫୦ ଏମଏଲ ବୋତଲର ସର୍ବାଧିକ ଦାମ୍ ୭୮୦,୦୦୦ ଡଲାର ଅର୍ଥାତ ୬.୫ କୋଟି ଟଙ୍କା ପର୍ଯ୍ୟନ୍ତ ଯାଇଥିଲା ।

ଏକ ରିପୋର୍ଟ ମୁତାବକ, ଏହି ହ୍ୱିସ୍କିର ବେସ୍ ପ୍ରାଇସ ୪୦ ଲକ୍ଷ ଟଙ୍କା ରହିଥିଲା । ବିମ ସଣ୍ଟୋରି ନାମକ ଏକ କମ୍ପାନୀ ଏହାକୁ ପ୍ରସ୍ତୁତ କରିବା ସହ ୨୦୨୦ରେ ପ୍ରଥମ ଥର ପାଇଁ ଏହା ହ୍ୱିସ୍କି ଲଞ୍ଚ ହୋଇଥିଲା । ସେ ସମୟରେ କେବଳ ୧୦୦ଟି ବୋତଲ ଲଟେରୀ ସିଷ୍ଟମ ମାଧ୍ୟମରେ ଜାପାନୀ ବଜାରରେ ଉପଲବ୍ଧ କରାଯାଇଥିଲା । ଅବଶିଷ୍ଟ ବିଶ୍ୱ ପାଇଁ ୨୦୨୧ରେ ଆଉ ୧୦୦ ବୋତଲ ପ୍ରସ୍ତୁତ କରାଯାଇଥିଲା । ଏହା ବିଶ୍ୱରେ ବହୁତ ସୀମିତ ମାତ୍ରାରେ ଉପଲବ୍ଧ ହୋଇଥାଏ, ତେଣୁ ଏହା ଅଧିକ ମହଙ୍ଗା ହୋଇଥାଏ ।

ତେବେ ଏଠାରେ ପ୍ରଶ୍ନ ଉଠେ, ଏହି ହ୍ୱିସ୍କିରେ ଏମିତି କ’ଣ ଅଛି ଯେ ତାହାକୁ କିଣିବା ପାଇଁ ଲୋକମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ । ଭାରତୀୟ ବଜାରରେ ୟାମାଜାକି-୧୨ ଉପଲବ୍ଧ ହୋଇଥାଏ, ଏହାର ମୂଲ୍ୟ ପାଖାପାଖି ୧୦-୧୫ ହଜାର ମଧ୍ୟରେ ରହିଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ଅନେକ ଦୁର୍ଲ୍ଲଭ ଜିନିଷର ଆବଶ୍ୟକତା ପଡ଼ିଥାଏ । ୨୦୦ ବର୍ଷର ଏକ ପୁରୁଣା ଗଛ ମିଜୁନାରାର କାଠ ଏଥିରେ ଲାଗିଥାଏ । ହ୍ୱିସ୍କିରୁ ମିଳୁଥିବା ଦୁର୍ଲ୍ଲଭ ଚନ୍ଦନ ସୁଗନ୍ଧ, ଫଳ ପରି ମିଠା ଓ ସ୍ମୋକିଂ ଫ୍ଲେଭରକୁ ଲୋକେ ବହୁତ ପସନ୍ଦ କରିଥାନ୍ତି । ଏହି ହ୍ୱିସ୍କିର କଞ୍ଚାମାଲ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ବହୁ କଷ୍ଟରେ ସଂଗୃହୀତ କରାଯାଇଥାଏ ।

Get real time updates directly on you device, subscribe now.