fbpx

(Video) ସହିପାରିଲେନି ଋଣ ବୋଝ, ଆତ୍ମହତ୍ୟା କଲେ ଟ୍ରକ୍ ମାଲିକ…

ଋଣ କିସ୍ତି ଦେଇ ନ ଦେଇପାରିବାରୁ ଜଣେ ଟ୍ରକ ମାଲିକ ଜୀବନ ହାରିଛନ୍ତି । ମୃତକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁ ମୁକୁନ୍ଦ ମହାକୁଡ଼ । ସେ ଟାଟା ଫାଇନାନସ ରୁ ୠଣ କରି ୧୨ ଚକିଆ ଟ୍ରକଟିଏ ଆଣି ଲୁହା ପଥର ଖଣିରେ ଭଡାରେ ଲଗାଇଥିଲେ । କିନ୍ତୁ ପ୍ରାୟ ୬ ମାସ ହେବ ଲୁହାପଥର ଲୋଡିଙ୍ଗ ବନ୍ଦ ଥିବାରୁ ଗାଡି ଘରେ ରହିଥିଲା । ଫଳରେ ସେ ୪ ମାସ ହେବ ଟ୍ରକର ମାସିକ କିସ୍ତି ଦେଇ ପାରି ନଥିଲେ ।

ସେପଟେ ଫାଇନାନସ କମ୍ପାନୀର ତାଗିଦ ତାଙ୍କୁ ବିଚଳିତ କରିଥିଲା । ଗତକାଲି ବିଳମ୍ବିତ ରାତିରେ ଟ୍ରକ ନିକଟରେ ଜୀବନ ହାରିଛନ୍ତି ମୁକୁନ୍ଦ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ବହୁ ଯୁବକ ଟ୍ରକ ବେପାର କରି ଗୁଜରାଣ ମେଣ୍ଟାଉଥିବା ବେଳେ ଲୁହାପଥର ଲୋଡିଙ୍ଗ ବନ୍ଦ ଥିବାରୁ ଚିନ୍ତାରେ ପଡିଯାଇଛନ୍ତି ଗାଡି ମାଲିକ । ଗାଡି ନଚାଲିବାରୁ ଫାଇନାନସ କମ୍ପାନୀକୁ କିସ୍ତି ଦେଇ ପାରୁନାହାନ୍ତି । ଫଳରେ ଏଭଳି ଅଘଟଣ ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.