fbpx

(Video) ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା, ବନ୍ଧୁକ ଦେଖାଇ ପଶିଥିଲେ ୬ ଦୁର୍ବୁତ୍ତ…

Advertisement

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସ୍ଥିତ ପରଜଙ୍ଗର ବ୍ୟବସାୟୀଙ୍କ ଘରୁ ନଗଦ ଟଙ୍କା ସହ ସୁନାଗହଣା ଲୁଟି କଳାକନା ବୁଲାଇଦେଇଛନ୍ତି ୬ ଦୁର୍ବୁତ୍ତ । ଗତକାଲି ରାତିରେ ପରଜଙ୍ଗ ସାଦନପଡାରେ ଥିବା ବ୍ୟବସାୟୀ ବିନୟ କୁମାର ସାହୁଙ୍କ ଘରୁ ହୋଇଛି ଲୁଟ । ଦୁର୍ବୁତ୍ତମାନେ ଘରର ସିଡ଼ିରେ ଆସି ପ୍ରଥମେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଗୋଟିଏ ଘର ଭିତରେ ପରିବାର ଲୋକଙ୍କୁ ବନ୍ଦୀ କରି ଲୁଟ୍ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ  ।

ସୂଚନା ମୁତାବକ ପରଜଙ୍ଗ ଥାନା ଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂରରେ ଘଟଣା ଘଟିଥିବା ଜଣାପଡ଼ିଛି । ତେବେ ବ୍ୟବସାୟୀ ବିନୟ ସାହୁଙ୍କ ଅନୁପସ୍ଥିତିରେ ଲୁଟ ହୋଇଥିବା ବେଳେ, ଘରର ସମସ୍ତ ଆସବାବପତ୍ର ଓ ଲକର ଖୋଲି ଲୁଟି ନେଇଥିଲେ ଟଙ୍କା ଓ ସୁନା, ରୂପା ଗହଣା । ବ୍ୟବସାୟୀଙ୍କ କହିବା ଅନୁସାରେ ଟଙ୍କା ଓ ସୁନା ଗହଣା ପ୍ରାୟ ୫ ରୁ ୬ ଲକ୍ଷ୍ୟ ର ହୋଇଥିବା ଅନୁମାନ କରାଯାଉଛି । ଏ ନେଇ ପରଜଙ୍ଗ ଥାନାରେ ଅଭିଯୋଗ ପରେ ଜିଲ୍ଲା ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ୱାର୍ଡର ଜରିଆରେ ତଦନ୍ତ ଚାଲି ଥିବା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତି ।

Get real time updates directly on you device, subscribe now.