fbpx

ଶ୍ରୀମନ୍ଦିର ଭିତରେ ଜଣେ ନାବାଳକକୁ ଅସଦାଚରଣ, ପୂଜକ ଗିରଫ

Advertisement

ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ନାବାଳକକୁ ଅସଦାଚରଣ, ସାକ୍ଷୀ ରହିଲେ ମହାପ୍ରଭୂ ଜଗନ୍ନାଥ। ଆଉ ଯୌନ ନିର୍ଯାତନା ପାଇଁ ଉଦ୍ୟମ କରିଥିବା ପୂଜକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସିଂହଦ୍ଵାର ଥାନା ପୋଲିସ। ଗିରଫ ପୂଜକ ଜଣକ ହରଚଣ୍ଡି ସାହିର ସୁଦର୍ଶନ ମିଶ୍ର। ଶ୍ରୀମନ୍ଦିର ବେଢ଼ାରେ ଥିବା ପାଣ୍ଡବେଶ୍ବର ମନ୍ଦିରରେ ସେ ପୂଜକ ଭାବେ କାର୍ଯ୍ୟ କରନ୍ତି ବୋଲି ଜଣାପଡିଛି।

ସୂଚନା ଅନୁସାରେ କାନପୋତା ମହାବୀର ମନ୍ଦିର ନିକଟରେ ପୂଜକ ସୁଦର୍ଶନ ଜଣେ ନାବାଳକକୁ ଯୌନ ନିର୍ଯାତନା ଦେବା ପାଇଁ ଉଦ୍ୟମ କରିଥିଲା। ଏନେଇ ନାବାଳକ ଜଣକ ସିଂହଦ୍ଵାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦଫା ୩୭୭, ୫୧୧ ଆଇପିସି ଏବଂ ୧୦ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ପୂଜକ ସୁଦର୍ଶନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Get real time updates directly on you device, subscribe now.