fbpx

ମୁହଁର ଗ୍ଲୋ ବଢାଏ ମଲ୍ଲୀ ଫୁଲ: ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର

 

ସାଧାରଣତଃ ମଲ୍ଲୀ ଫୁଲକୁ ସ୍ତ୍ରୀ ବା ଝିଅମାନେ ବିବାହ,ପୂଜା ପର୍ବ କିମ୍ବା କିଛି ଭଳଦିନମାନଙ୍କରେ ମୁଣ୍ଡରେ ପିନ୍ଧିଥାଆନ୍ତି । ଏହି ମଲ୍ଲୀ ଫୁଲର ହାର ସେମାନଙ୍କ ମୁଣ୍ଡରେ ଅର୍ଥାତ୍ କେଶରେ ବହୁ ଶୋଭା ପାଏ । ଏହାର ମନଲୋଭା ବାସ୍ନା ବି ଖୁବ୍ ସୁନ୍ଦର, ତେଣୁ ଏହାର ଅତର ଆଦି ମଧ୍ୟ ବଜାରରେ ମିଳିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହା କେବଳ କେଶ କି ସୁଗନ୍ଧ ପାଇଁ ହିଁ ନୁହେଁ ବରଂ ଆପଣଙ୍କ ତ୍ୱଚାର ବି ଶୋଭା ବଢାଇଥାଏ । ବାସ୍ତବରେ ଏହି କଥାଟି ସତ ଯେ ମଲ୍ଲୀ ଫୁଲର ତ୍ୱଚା ପ୍ରତି ଅନେକ ଉପକାରୀ ଗୁଣ ରହିଛି ।

ମଲ୍ଲୀ ଫୁଲକୁ ମୋଗରା, ଚମେଲି, ଅରେବିୟନ୍ ଜ୍ୟାସ୍ମିନ୍, ମଦନବନ, ସୟାଲି, କୁଣ୍ଡା ବା ମଲ୍ଲୀକା ଆଦି ନାମରେ ବି ଜଣାଯାଏ । ତେବେ ସୁଗନ୍ଧରେ ବ୍ୟବହୃତ ଏହି ମଲ୍ଲୀ ଫୁଲରେ ଭରୁପୁର ମାତ୍ରାରେ ମଶ୍ଚୁରାଇଜିଙ୍ଗ୍ ଗୁଣ ବି ରହିଛି । ଯାହା ସ୍କିନ୍ ପାଇଁ ଅତ୍ୟନ୍ତ ଲାଭଦାୟୀ ଅଟେ । ବର୍ତ୍ତମାନ ।ସନ୍ତୁ ଜାଣିବା ମୁହଁର ଗ୍ଲୋ ପାଇଁ ଏହାକୁ କିପରି ବ୍ୟବହାର କରାଯାଏ ।

• ସ୍ମୁଥ୍ ସ୍କିନ୍ ପାଇଁ ମଲ୍ଲୀ ଫୁଲର ପ୍ୟୁରୀ ବା ମିଶ୍ରଣକୁ ନିଜ ମୁହଁରେ ଲଗାନ୍ତୁ । ଏହା ଆପଣଙ୍କ ସ୍କିନ୍କୁ ଡିପ୍ ମଶ୍ଚରାଇଜ୍ କରିବା ସାଙ୍ଗକୁ ସଫ୍ଟ ମଧ୍ୟ କରିବ । ଏଥିସହିତ ଆପଣ ବଜାରରେ ମିଳୁଥିବା ମଲ୍ଲୀ ଫୁଲର ପ୍ରଡକ୍ଟ ମଧ୍ୟ ବ୍ୟବହାର କରିପାରିବେ ।

• ଦୁର୍ଗନ୍ଧ ରୋକିବାରେ ସାହାଯ୍ୟ କରେ- ଅନେକ ଲୋକଙ୍କ ଶରୀରରୁ ଦୁର୍ଗନ୍ଧ ଆସିଥାଏ । ଏହାକୁ ରୋକିବା ପାଇଁ ଘରେ ବନାନ୍ତୁ ମଲ୍ଲୀ ଫୁଲର ବଡି ସ୍ପ୍ରେ । ଏଥିପାଇଁ ଜସ୍ମିନ୍ ଏସେନ୍ସ ଅଏଲ୍ର ବ୍ୟବହାର କରିପାରିବେ । ଏଥିପାଇଁ ସ୍ପ୍ରେ ବୋତଲରେ ପାଣି ଓ ମଲ୍ଲୀ ଫୁଲର ତେଲ ମିଶାନ୍ତୁ । ଏହା ଏକ ସବୁଠାରୁ ପ୍ରଭାବଶାଳୀ ବ୍ୟୁଟି ହ୍ୟାକ୍, ଯାହାର ବ୍ୟବହାର ଆପଣଙ୍କ ତ୍ୱଚାରେ ଚମକ ଆଣିବାରେ ସାହାଯ୍ୟ କରେ ।

• ବ୍ରଣ ସମସ୍ୟା ଦୁର ହେବ- ଏହି ଆକ୍ନେ ସମସ୍ୟାକୁ ଦୁର କରିବା ପାଇଁ ମଲ୍ଲୀ ଫୁଲର ପାଖୁଡାକୁ ପେଷ୍ଟ କରି ସିଧା ସଳଖ ମୁହଁରେ ଲଗାନ୍ତୁ ।

• ସନ୍ ଡ୍ୟାମେଜ୍- ସୁର୍ଯ୍ୟ କିରଣ ଦ୍ୱାରା ହେଉଥିବା ସ୍କିନ୍ ଡ୍ୟାମେଜ୍କୁ ରୋକିବା ପାଇଁ ମଲ୍ଲୀ ଫୁଲର ରସକୁ ମୁଁହରେ ଲଗାନ୍ତୁ । ଏହାଦ୍ୱାରା ଆପଣଙ୍କୁ ତୁରନ୍ତ ଫ୍ରେଶ୍ ଅନୁଭବ ହେବ । ଆପଣଙ୍କ ଗାଧୋଇବା ପାଣିରେ ବି ଏହାର ପାଖୁଡା କିମ୍ବା ଏହାର ପେଷ୍ଟକୁ ପକାଇ ପାରିବେ । ଏହି ପାଣିରେ ଗାଧୋଇବା ଦ୍ୱାରା ଆପଣଙ୍କୁ ସତେଜ ଅନୁଭବ ହେବ ।

• ଫେସ୍ ପ୍ୟାକ୍- ମଲ୍ଲୀ ଫୁଲର ପାଖୁଡାକୁ ସଫା କରି ଏହାର ପେଷ୍ଟ ବନାନ୍ତୁ । ଏହାକୁ ସିଧା ସ୍କିନ୍ରେ ଲଗାନ୍ତୁ । ଏହାକୁ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ରଖି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

• କେଶ ପାଇଁ ବି ବ୍ୟବହାର କରିପାରିବେ- ମଲ୍ଲୀ ଫୁଲର ହାରରେ ଆପଣ କେଶକୁ ସଜେଇଥିବେ ବା ଦେଖିଥିବେ ନିଶ୍ଚୟ । କିନ୍ତୁ କେଶର ଡିପ୍ କଣ୍ଡିସ୍ନିଂଙ୍ଗ୍ ପାଇଁ ବି ମଲ୍ଲୀ ଫୁଲକୁ ବ୍ୟବହାର କରିହେବ । ଏଥିପାଇଁ ମଲ୍ଲୀ ଫୁଲକୁ ଗରମ ପାଣିରେ ଭିଜେଇ ଥଣ୍ଡା କରନ୍ତୁ । ଥଣ୍ଡା ହେବା ପରେ ଏହାକୁ ଭଲଭାବେ କେଶ ଧୋଇବାରେ ବ୍ୟବହାର କରନ୍ତୁ । ଏହାଦ୍ୱାରା କେଶ ବହୁତ ଭଲରେ ସାଇନିଂ କରିଥାଏ ।

Get real time updates directly on you device, subscribe now.