fbpx

୯ଟି ପ୍ରସ୍ତାବରେ କ୍ୟାବିନେଟ୍ ମଞ୍ଜୁରି : ମୁଖ୍ୟ ଶାସନ ସଚିବଙ୍କ ସୂଚନା

ଭୁବନେଶ୍ୱର: କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏନେଇ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ କହିବା ମୁତାବକ, କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ୪ଟି ସ୍ଥାନରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ନୟାଗଡ଼, ବରଗଡ଼, ଖୋର୍ଦ୍ଧା, କଳାହାଣ୍ଡିରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି ।

ଏହା ସହ ଆଜି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ‘ଚୁକ୍ତି ଭିତ୍ତିକ ଯୁଗ ଶେଷ ହୋଇଛି । ଆସନ୍ତାକାଲି ଏନେଇ ବିଜ୍ଞପ୍ତି ପ୍ରକାଶ କରାଯିବ । ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବ । ଏଥିପାଇଁ ହାରାହାରି ଅଧିକ ୧୩ଶହ କୋଟି ଟଙ୍କା ଖର୍ଚ୍ଚ ହେବ ।’

ଏହା ସହ ଭଲ କାମ କରିବା ପାଇଁ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ୫-ଟି ଅନୁସାରେ କାମ କରିବାକୁ କର୍ମଚାରୀଙ୍କ ଆହ୍ୱାନ ଦେଇଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣରେ କହିଛନ୍ତି ଯେ, ‘୨୦୦୦ ମସିହା ପରଠୁ ମା’ର ସେବା କରିବାର ସୁଯୋଗ ପାଇଲି । ମହାବାତ୍ୟା ଓ ଦୁର୍ବଳ ଅର୍ଥ ବ୍ୟବସ୍ଥା ମୋ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ନୀତିଦିନ ଖର୍ଚ୍ଚ ପାଇଁ ରାଜ୍ୟକୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ରାଜକୋଷ ସମ୍ପୂର୍ଣ୍ଣ ଖାଲି ଥିଲା, ଅର୍ଥନୀତି ଉପରେ ଚାପ ଥିଲା । ବନ୍ୟା, ବାତ୍ୟା ଓ ମରୁଡ଼ି ଲାଗି ରହୁଥିଲା । ରାଜ୍ୟରେ ଗରିବି ଅଧିକ ମାତ୍ରାରେ ଥିଲା । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଜଳସେଚନରେ ଆମେ ବହୁତ ପଛୁଆ ଥିଲୁ ।’

Get real time updates directly on you device, subscribe now.