fbpx

ଆଜି ଠାରୁ ପୁଣି ଟ୍ରାଫିକ ନିୟମ ହେବ କଡାକଡି; ଚାଲଣ ଭୟରେ ନିୟମ ମାନିବେ କି ଉଲ୍ଲଘଂନକାରୀ?

ଭୁବନେଶ୍ୱର: ରାଜ୍ୟରେ ସକଡ ଦୁର୍ଘଟଣା ସହିତ ପ୍ରତିଦିନ ଟ୍ରାଫକ ନିୟମ ପାଳନ ନରୁଥିବାରୁ ବହୁ ଲୋକଙ୍କ ଜୀବନ ଯାଉଛି । ସେଥିପାଇଁ ରାଜ୍ୟ ସରାକର ତତ୍ପରତା ଦେଖାଇ ପୁଣି ଟ୍ରାଫିକ ନିୟମକୁ କଢ଼ାକଡି କରିଛନ୍ତି । ଆଜି ଠାରୁ ଆରମ୍ଭ କରି ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘନ ଘନ ଯାଞ୍ଚ କରାଯିବ । ତେବେ ଅଧିକ ପ୍ରାଧ୍ୟାନ୍ୟ ଦିଆଯିବ କେଉଁ ମାନେ ରାସ୍ତାରେ ଗାଡି ଚଳାଇଲାବେଳେ ଫୋନରେ ଗପୁଛନ୍ତି । ଏହାସହିତ ବିନା ହେଲମେଟ ଏବଂ ଦ୍ରୃତ ଗତିରେ ଗାଡି ଚଳାଇଲେ ମଧ୍ୟ କଟିବ ଚାଲଣ ।

ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସକାଳ ୯ ଠାରୁ ଅପରାହ୍ନ ୨ ଟା ଏହାପରେ ଅପରାହ୍ନ ୩ ଟାରୁ ସନ୍ଧ୍ୟା ୬ଟା ଯାଏଁ ଚେକିଙ୍ଗ ହେବ । ତେବେ ପ୍ରଶ୍ନ ଏଠାରେ ଉଠୁଛି ଯେ ଏହା ଦ୍ୱାରା ଦୁର୍ଘଟଣାକୁ କେତେ ଦୂର ରୋକାଯାଇ ପାରିବ। କାରଣ ବର୍ତ୍ତମାନ ସୁଦ୍ଧା ଲୋକମାନେ ଏହାକୁ ସହଜରେ ନେଉଁଛନ୍ତି । ଯାଞ୍ଚ ସମୟ ମଧ୍ୟରେ ଲୋକମାନେ କେବଳ ଚାଲଣ ଭୟରେ ନିୟମ ପାଳନ କରନ୍ତି କିନ୍ତୁ ଏହାକୁ ଛାଡି ଦେଲେ ସେ କେତେ ଦୂର ସଚେତନ ଏହା ବାସ୍ତବିକ ରୂପରେ ଆପଣଙ୍କୁ ଜଣା ।

ସୂଚନାମୁତାବକ ସନ୍ଧ୍ୟା ପରେ କଣ ସଡକ ଦୂର୍ଘଟଣା ହେବ ନାହିଁ? କେଉଁଠି ନା କେଉଁଠି ଏତେ ନିୟମ ହେବା ପରେ ମଧ୍ୟ ଲୋକମାନେ ଟ୍ରାଫିକ ଅଫିସରଙ୍କୁ ମାତ ଦେବାରେ ସଫଳ ହେଉଛନ୍ତି ।ତେଣୁ ଏହି ନିୟମ ଯଦି ଜନ କଲ୍ୟାଣ ପାଇଁ ଏହାକୁ ନେଇ ଆହୁରୀ କଠୋରତା ଦେଖାଇବାକୁ ପଡିବ । ନଚେତ ଲୋକମାନେ ସୁଧିରିବେ ନାହିଁ । ଆଉ ଦିନକୁ ଦିନ ଏହି ଦୁର୍ଘଟଣା କମିବା କମ ଏହା ବଢ଼ି ଚାଲିବ ।

ଦଣ୍ଡ କଣ ରହିଛି: ବିନା ଲାଇସେନ୍ସରେ ବାଇକ୍ ଚାଳନା କରୁଥିବା ବ୍ୟକ୍ତିଙ୍କ ଗାଡ଼ିକୁ ଜବତ କରାଯିବ । ସେହିପରି ବିନା ହେଲମେଟ୍ରେ ଯାତ୍ରା କରୁଥିଲେ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ।

Get real time updates directly on you device, subscribe now.