fbpx
BJD SKY
BJD SKY

ଧନତେରାସ ପୂର୍ବରୁ ଶସ୍ତା ହୋଇଗଲା ସୁନା, ଜାଣନ୍ତୁ କେତେ ?

BJD

ନୂଆଦିଲ୍ଲୀ : ବିଶ୍ୱ ବଜାର ସହିତ ଭାରତୀୟ ଫ୍ୟୁଚର ବଜାରରେ ମଧ୍ୟ ସୁନାର ଦର ହ୍ରାସ ପାଇଥିବା ବେଳେ ରୂପା ଦାମ୍ ବଢ଼ିଯାଇଛି । ମଙ୍ଗଳବାର ଦିନ ଏମସିଏକ୍ସ ଉପରେ ସୁନାର ଫଉ୍ରଚର ଦାମ୍ ୧୩୧ ହ୍ରାସ ପାଇ ୧୦ ଗ୍ରାମ ପିଛା ୫୦,୩୪୨ ଟଙ୍କା ହୋଇଛି । ଏଥି ସହିତ ରୂପା ମୂଲ୍ୟ ୧୨୫ ଟଙ୍କା (୦.୨୨ ପ୍ରତିଶତ) ବଢ଼ିଯାଇଛି ଏବଂ କିଲୋଗ୍ରାମ ପିଛା ୫୬୪୩୨ ଟଙ୍କାରେ କାରବାର କରୁଛି । ସକାଳ ୯.୧୦ ରେ ସୁନା-ରୁପାର ମୂଲ୍ୟ ଏପରି ରହିଥିବା ଦେଖିବାକୁ ମିଳିଛି ।

ତେବେ ସୋମବାର ଦିନ ସୁନା ଓ ରୂପାର ଫ୍ୟୁଚର ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଥିଲା । ଗତକାଲି ଏମସିଏକ୍ସ ଉପରେ ସୁନା ୨୫୬ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୫୦୫୧୬ ରେ ବନ୍ଦ ହୋଇଥିଲା । ଏହି ମୂଲ୍ୟଗୁଡିକ ଡିସେମ୍ବର ମାସ ପାଇଁ ରହିଛି ।ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬, ୪୬୦ ଟଙ୍କା ଓ ୫୦, ୬୮୦ ଟଙ୍କା ହୋଇଛି ।

ଆନ୍ତର୍ଜାତୀୟ ବଜାରରେ ମଧ୍ୟ ମଙ୍ଗଳବାର ଦିନ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଛି । ଆନ୍ତର୍ଜାତୀୟ ବଜାରରେ ସ୍ପଟ୍ ସୁନା ୫ ଡଲାର ବଢ଼ି ୧୬୫୩ ଡଲାରରେ କାରବାର କରୁଛି । ଏଥି ସହିତ ରୂପା ୦.୪୦ ଡଲାରରେ ବୃଦ୍ଧି ପାଇ ୧୮.୭୦ ଡଲାରରେ ପହଞ୍ଚିଛି ।

Get real time updates directly on you device, subscribe now.