fbpx

ଓମିକ୍ରନ BF.7 ର ରହିଛି ହାଲୁକା ଲକ୍ଷଣ: ଛାତିରେ ଯନ୍ତ୍ରଣା ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ କିଛି ଦେଶରେ ଏହା କେବଳ ନାମମାତ୍ର ରହିଛି । କିନ୍ତୁ ଚୀନର ମଙ୍ଗୋଲିଆରେ ମିଳିଥିବା ଏହାର ନୂଆ ଭାରିଆଣ୍ଟ ଓମିକ୍ରନ ସବଭାରିଆଣ୍ଟ ବିଏଫ୍.୭ ପୁଣିଥରେ ବିଶ୍ୱକୁ ଚିନ୍ତାରେ ପକାଇଛି । ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ବେଲଜିୟମ ଏବଂ ଭାରତରେ ମଧ୍ୟ ବିଏଫ୍.୭ ସବ୍-ଭାରିଆଣ୍ଟର ରୋଗୀଙ୍କୁ ଦେଖିବାକୁ ମିଳିଛି । ଖୁବଶିଘ୍ର ବ୍ୟାପୁଥିବା ଏହି ସଂକ୍ରମଣକୁ ନେଇ ଲୋକମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି । ଆସନ୍ତୁ ଜାଣିବା ଏହି ଭାରିଆଣ୍ଟର ଲକ୍ଷଣ…

ଡାକ୍ତରଙ୍କ କହିବା ମୁତାବକ, ଏହି ଭାରିଆଣ୍ଟ ବ୍ୟାପିବାରେ ସବୁଠାରୁ ଅଧିକ ଦ୍ରୁତଗାମୀ । ଇମ୍ୟୁନିଟୀ ଦୁର୍ବଳ ଥିବା ମଣିଷମାନଙ୍କ ପାଇଁ ଏହି ଭାରିଆଣ୍ଟ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ଏହାର ଲକ୍ଷଣ ଅତ୍ୟନ୍ତ ଗମ୍ଭୀର ନୁହେଁ ଏବଂ ଏଥିରେ ସଂକ୍ରମଣ ହେଲେ ସାମାନ୍ୟ ଲକ୍ଷଣ ଦେଖାଯାଏ । କିନ୍ତୁ ଯେଉଁମାନଙ୍କର ହୃଦୟ, କିଡନୀ ଏବଂ ଯକୃତ ରୋଗ ଅଛି, ସେମାନଙ୍କ ପାଇଁ ଏହା ସାଂଘାତିକ ହୋଇପାରେ । ଏପରି ରୋଗୀମାନଙ୍କଠାରେ ଗମ୍ଭୀର ଲକ୍ଷଣ ଦେଖାଯାଏ ।

ଓମିକ୍ରନ୍ ବିଏଫ୍.୭ର ଲକ୍ଷଣ :-
ଏହି ଭାରିଆଣ୍ଟ ରୋଗରେ ପୀଡିତ ହେଲେ ଯେଉଁ ଲକ୍ଷଣଗୁଡ଼ିକ ଦେଖାଯାଏ, ତାହାକୁ ଆପଣ ଅରଦେଖା କରିବା ଉଚିତ୍ ନୁହେଁ । ଯଦି ଏଥିରୁ କୌଣସି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଉଚିତ୍ ।

– ଲଗାତାର କାଶ
– ଶୁଣିବାରେ ଅସୁବିଧା ।
– ଛାତିରେ ଯନ୍ତ୍ରଣା ।
– ବାରମ୍ବାର ଶରୀରରେ କମ୍ପନ ।
– ଶୁଙ୍ଘିବାର କ୍ଷମତା କମିଯିବା ।

ଯେତେବେଳେ ବି ଏକ ନୂଆ ଭାରିଆଣ୍ଟ ଆସେ, ସେବେ ତାହା ଶୀଘ୍ର ବ୍ୟାପିବାରେ ଲାଗେ । ଏବେ ପାର୍ବଣ ଋତୁ ଚାଲିଥିବାରୁ ବସ୍, ମେଟ୍ରୋ ଏବଂ ମାର୍କେଟରେ ବହୁତ ଲୋକ ଏକାଠି ହୁଅନ୍ତି । ଏପରି ପରିସ୍ଥିତିରେ ଏହି ଭାଇରସ୍ ଅତି ସହଜରେ ଏବଂ ଦ୍ରୁତ ଗତିରେ ବ୍ୟାପିପାରେ । ଏହି କାରଣରୁ ଆପଣ ଅଧିକ ସଚେତନ ରହିବା ଆବଶ୍ୟକ । ଘରୁ ବାହାରିବା ସମୟରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୂରତା ଅନୁସରଣ କରିବା ଉଚିତ୍ ।

Get real time updates directly on you device, subscribe now.