fbpx

ଗର୍ଭାବସ୍ଥାରେ ମହିଳାମାନଙ୍କୁ କାହିଁକି ମନା ଜଙ୍କ ଫୁଡ;ଆସନ୍ତୁ ଜାଣିବା କଣ କହୁଛି ରିସର୍ଚ୍ଚ 

ନୂଆଦିଲ୍ଲୀ: ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ପ୍ୟାକେଟ୍ ଖାଦ୍ୟ ମିଳିଥାଏ । ଯହାକି ଅନେକାଶଂରେ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତବେ ବଜାରରେ ମିଳୁଥିବା ଚିପ୍ସ, ନମକିନ୍, ଚକୋଲେଟ୍, ମିଠା, ସୋଡ଼ା ଓ ପାନୀୟ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଯାହାଫଳରେ ଆମେ ଅନେକ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖାୀନ ହୋଇଥାନ୍ତି  । ବିଶେଷ କରି ଗର୍ଭଧାରଣ ସମୟରେ ମହିଳାମାନଙ୍କୁ ବାହାର ଖାଦ୍ୟ ଖାସ କରି ଜଙ୍କ ଫୁଡ ଖାଇବାକୁ ବାରଣ କରାଯାଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଗର୍ଭଧାରଣ ସମୟରେ ମହିଳାମାନଙ୍କୁ କାହିଁକି ମନା ଥାଏ ଜଙ୍କ ଫୁଡ ।
କଣ କହୁଛି ରିସର୍ଚ୍ଚ: ବିଶେଷଜ୍ଞମାନଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ଯେଉଁ ମହିଳାମାନେ  ଗର୍ଭାବସ୍ଥାରେ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ ଖାଇଥାନ୍ତି ସେମାନଙ୍କ ପିଲାଠାରେ ମେଦବହୁଳତା ଆଶଙ୍କା ବଢ଼ିପାରେ । ଅର୍ଥାତ୍ ମା’ ସହିତ ସନ୍ତାନ ଜନ୍ମ ପରେ ତା’ର ଓଜନ ମଧ୍ୟ ଆବଶ୍ୟକଠୁ ଅଧିକ ବଢ଼ିପାରେ । ଗବେଷକମାନେ ଆମେରିକାର ନର୍ସେଜ ହେଲ୍ଥ ଷ୍ଟଡି ୨ ଓ ଗ୍ରୋଇଙ୍ଗ ଅପ୍ ଟୁଡେ ଷ୍ଟଡିର ତଥ୍ୟକୁ  ବିଶ୍ଳେଷଣ କରିଥିଲେ, ଯେଉଁଥିରେ ଏପରି କିଛି କଥା ସାମ୍ନାକୁ ଆସିଥିଲା । ତେବେ ବୈଜ୍ଞାନିକମାନେ ଏହି ରିସର୍ଚ୍ଚରେ ୧୪,୫୫୩ ଜଣ ମହିଳା ଏବଂ ୧୯,୯୫୮ ଜଣ ଜନ୍ମ ଦେଇଥିବା ପିଲାଙ୍କୁ ଯାଞ୍ଚ୍ କରିଥିଲେ  । ଏଥିରେ ୭ରୁ ୧୭ ବର୍ଷ ବୟସର ୪୫ ପ୍ରତିଶତ ପୁଅ ଥିଲେ । ମା’ ଓ ପିଲାଙ୍କ ଖାଦ୍ୟପେୟ ଅଭ୍ୟାସ ଏବଂ ଅନ୍ୟ କାରକଗୁଡ଼ିକର ପ୍ରତି ୨ ବର୍ଷରେ ଯାଞ୍ଚ୍ କରାଯାଇଥିଲା । ଏତତ୍ ବ୍ୟତୀତ ଆଉ ଏକ ବିଶ୍ଳେଷଣରେ ୨,୭୯୦ ମା’ ଓ ୨,୯୨୫ ପିଲାଙ୍କର ଯାଞ୍ଚ୍ କରାଯାଇଥିଲା ।
ତେବେ ବିଶେଷଜ୍ଞମାନଙ୍କ ମତରେ ସମ୍ବନ୍ଧ ସ୍ଥାପନର ୩ ମାସ ପୂର୍ବରୁ ସନ୍ତାନ ଜନ୍ମ ପର୍ଯ୍ୟନ୍ତ ମହିଳାଙ୍କ ଖାଦ୍ୟପେୟ ଉପରେ ନଜର ରଖିବା ଆବଶ୍ୟକ । ତଣୁ ବିଶେଷଜ୍ଞମାନେ  ମହିଳାମାନଙ୍କୁ ଗର୍ଭାବସ୍ଥାରେ ଜଙ୍କ ଫୁଡରୁ  ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ସେମାନେ କହିଥିଲେ ଯେ  ଗର୍ଭବତୀ ହେବା ପୂର୍ବର ଖାଦ୍ୟପେୟ ସହିତ ପିଲାର ମେଦବୃଦ୍ଧିର କୌଣସି ସମ୍ପର୍କ ନଥାଏ । କିନ୍ତୁ  ଗର୍ଭାବସ୍ଥା ସମୟରେ ମହିଳାଙ୍କ ଖାଦ୍ୟପେୟ ସମେତ ଅନ୍ୟ କାରକଗୁଡ଼ିକୁ ମଧ୍ୟ ଧ୍ୟାନରେ ରଖାଯାଇଥାଏ ।  ସେମାନଙ୍କ ବଡି ମାସ୍ ଇଣ୍ଡେକ୍ସ, ଶାରୀରିକ କାର୍ଯ୍ୟକଳାପ, ଧୂମପାନ, ସାଥୀ ସହ ରହିବାର ସ୍ଥିତି, ସାଥୀଙ୍କ ଶିକ୍ଷା, ପିଲାଙ୍କ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଓ ସେମାନଙ୍କ ଜୀବନଶୈଳୀ ସାମିଲ ରହିଥାଏ  । ତେବେ ଏ ସମସ୍ତ କାରକ ପିଲାଙ୍କର ମେଦବୃଦ୍ଧି ପାଇଁ ଦାୟୀ ବୋଲି ଜଣାପଡ଼ିଲା । ଉପଯୁକ୍ତ ପ୍ରଜନନ ସମୟରେ ମହିଳା ପୋଷକ ତତ୍ତ୍ୱରେ ଭରପୂର ଖାଦ୍ୟ ଖାଇବା ଉଚିତ୍ । ଏହାଦ୍ୱାରା ଆଗାମୀ ପୀଢ଼ି ସୁସ୍ଥ ହୋଇ ଜନ୍ମ ହେବେ ବୋଲି ଗବେଷକମାନେ କହିଛନ୍ତି । ୨୦୨୦ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ, ବିଶ୍ୱରେ ୩.୯ କୋଟି ପିଲା ମେଦବହୁଳତାରେ ପୀଡ଼ିତ କିମ୍ବା ଆବଶ୍ୟକଠୁ ସେମାନଙ୍କ ଓଜନ ଅଧିକ ।

Get real time updates directly on you device, subscribe now.