fbpx

ମହାରାଷ୍ଟ୍ରରେ ପୁଣି ଚିନ୍ତା ବଢ଼ାଇଲା କରୋନା: ଏବେ ସାମ୍ନାକୁ ଆସିଲା ନୂଆ ଭାରିଆଣ୍ଟର ୧୮ ମାମଲା

ମୁମ୍ବାଇ: ମହାରାଷ୍ଟରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି । ଚିନ୍ତାର ବିଷୟ ହେଉଛି କି, ରାଜ୍ୟରେ ଚଳିତ ମାସରେ ବର୍ତ୍ତମାନ ସୁଦ୍ଧା ଏକ୍ସବିବି ଭାରିଆଣ୍ଟର ୧୮ଟି ମାମଲା ସାମ୍ନାକୁ ଆସିଛି । ଏହା ଓମିକ୍ରନର ଦ୍ୱିତୀୟ ସବଭାରିଆଣ୍ଟ । ଏହି ସବଭାରିଆଣ୍ଟ କାରଣରୁ ସିଙ୍ଗାପୁରରେ କରୋନା ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି । ଏବେ ସେହି ଭାରିଆଣ୍ଟର ମାମଲା ମହାରାଷ୍ଟ୍ରରେ ବି ଦେଖିବାକୁ ମିଳିଛି ।

ଅନ୍ୟପଟେ ପରିସ୍ଥିତିକୁ ଦେଖି ବିଏମସି ଆଡଭାଇଜରୀ ଜାରି କରି ଲୋକଙ୍କୁ ସାବଧାନ ରହିବାକୁ କହିଛି । କାହିଁକି ନା ନୂଆ ଭାରିଆଣ୍ଟ ଓମିକ୍ରନର ଦ୍ୱିତୀୟ ସବ-ଭାରିଆଣ୍ଟ ଭଳି ବିଏ.୨.୭୫ ତୁଳନାରେ ଅଧିକ ସଂକ୍ରାମକ । କେବଳ ଏତିକି ନୁହେଁ, ନୂଆ ଭାରିଆଣ୍ଟ ଇମ୍ୟୁନିଟିକୁ ଦୁର୍ବଳ କରିଦିଏ ।

କରୋନାର ବଢ଼ୁଥିବା ମାମଲା ଓ ନୂଆ ଭାରିଆଣ୍ଟ ମିଳିବା ପରେ କେନ୍ଦ୍ର ସରକାରେ ମଧ୍ୟ ଆଲର୍ଟ ହୋଇଛନ୍ତି । ମଙ୍ଗଳବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା କୋଭିଡ ସ୍ଥିତିକୁ ନେଇ ବୈଠକ ଡକାଇଥିଲେ । ଏହି ସମୟରେ ମହାରାଷ୍ଟ୍ର ବ୍ୟତୀତ କେରଳ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଦିଲ୍ଲୀ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ଜାମ୍ମୁ-କାଶ୍ମୀର ଓ ଲଦାଖରେ କରୋନା ମାମଲା ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.