fbpx

ଗ୍ରୀସ୍-ତୁର୍କୀ ସୀମାରେ ୯୨ ଜଣ ଉଲଗ୍ନ ଅବସ୍ଥାରେ ଉଦ୍ଧାର, ଗ୍ରୀସ କହିଲା ତୁର୍କୀ ଲଜ୍ଜିତ ହେବା ଉଚିତ୍

ନୂଆଦିଲ୍ଲୀ: ଗ୍ରୀସ୍ ଏବଂ ତୁର୍କୀ ମଧ୍ୟରେ ସମୟ ସମୟରେ ବିବାଦ ଲାଗି ରହିଥିବା ଖବର ଜାରି ରହିଛି। ନିକଟରେ ଦୁଇ ଦେଶର ସୀମାରେ ପ୍ରାୟ ୯୨ ଜଣ ପ୍ରବାସୀ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହେବା ପରେ ଗ୍ରୀସ୍ ଏବଂ ତୁର୍କୀ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଅନ୍ୟପଟେ ଏହି ଘଟଣାର ମିଳିତ ଜାତିସଂଘ ନିନ୍ଦା କରିଛି। ତୁର୍କୀର ଉତ୍ତର ସୀମାରେ ଗ୍ରିସ୍ ପୋଲିସ କହିଛି ଯେ, ଉଦ୍ଧାର ହୋଇଥିବା ଅନେକ ଲୋକଙ୍କୁ ଗୁରୁତର ଆଘାତ ଲାଗିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜଣାପଡି ନାହିଁ ଯେ, ଏହି ଲୋକମାନେ ସେଠାରେ କାହିଁକି ଉଲଗ୍ନ ହୋଇ ବୁଲୁଥିଲେ କିମ୍ବା କେହି ଏମାନଙ୍କର କପଡ଼ା ଓହ୍ଲାଇ ଦେଇଥିଲେ।

ଦି ଗାର୍ଡିଆନ ରିପୋର୍ଟ ଅନ୍ୟୁାୟୀ ଉଦ୍ଧାର ହୋଇଥିବା ପ୍ରବାସୀମାନେ କହିଛନ୍ତି ଯେ, ସେମାସନଙ୍କୁ ତୁର୍କୀ ଅଧୀକାରୀମାନେ ଉଲଗ୍ନକରି ଛାଡ଼ି ଦେଇଥିଲେ। ଏହି ଘଟଣା ପରେ ଗ୍ରୀସ୍ ସରକାର କହିଥିଲେ କି ତୁର୍କୀ ସରକାର ଉସକାଇବାର ସମସ୍ତ ସୀମା ଉଲଂଘନ କରିଛନ୍ତି। ଗ୍ରୀସ୍ ସରକାରର ମାଇଗେସନ୍ ମନ୍ତ୍ରୀ ନୋତିସ୍ ମିତାର୍ସୀ ଟୁାଇଟରରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ୨୦ଜଣ ଉଲଗ୍ନ ବ୍ୟକ୍ତି ବୁଲୁଥିବାର ନଜର ଆସିଛନ୍ତି।

ମାଇଗ୍ରେସନ ମନ୍ତ୍ରୀ ଏକ ଟୁଇଟ୍‌ରେ କହିଛନ୍ତି ଯେ ‘ଆମେ ସୀମା ଭିତରୁ ଉଦ୍ଧାର କରିଥିବା ୯୨ ପ୍ରବାସୀଙ୍କ ପ୍ରତି ତୁର୍କୀର ଆଚରଣ ମାନବ ସଭ୍ୟତା ପାଇଁ ଲଜ୍ଜାଜନକ। ଆମେ ଆଶା କରୁଛୁ ତୁର୍କୀ ଏହି ଘଟଣାର ଅନୁସନ୍ଧାନ କରିବ ଏବଂ ୟୁରୋପୀୟ ୟୁନିଅନ୍ ସହିତ ଏହାର ସୀମା ରକ୍ଷା କରିବ। ତେବେ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦଗାନଙ୍କ ମୁଖ୍ୟ ମୁଖପାତ୍ର ଫାରେଟିନ୍ ଅଲ୍ଟୁନ୍ ଗ୍ରୀସର ଏହି ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ମୁଖପାତ୍ର କହିଛନ୍ତି ଯେ ମିଥ୍ୟା ଖବରର ଗ୍ରୀକ୍ ମେସିନ୍ ପୁଣି ଥରେ କାମ କରିବାକୁ ଫେରିଛି।

ମୁଖପାତ୍ର କହିଛନ୍ତି ଯେ ତୁର୍କୀକୁ ସନ୍ଦେହରେ ଆଣିବା ପାଇଁ ମିଥ୍ୟା ଜିନିଷ ବିସ୍ତାର କରାଯାଉଛି। ସେ କହିଛନ୍ତି ଯେ ଉଲଗ୍ନ ପ୍ରବାସୀମାନଙ୍କ ଫଟୋକୁ ସାର୍ବଜନୀନ କରି ଗ୍ରୀସ୍ ଥରେ ସମଗ୍ର ବିଶ୍ୱକୁ ଦର୍ଶାଇଛି ଯେ ଏହି ଦଳିତ ଲୋକଙ୍କ ସମ୍ମାନ ପ୍ରତି ଧ୍ୟାନ ଦେଉ ନାହିଁ। ଏହି ଘଟଣାରେ ମିଳିତ ଜାତିସଂଘ ପକ୍ଷରୁ ରବିବାର ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି। ଜାତିସଂଘ ପକ୍ଷରୁ କୁହାଯାଇଥିଲା ଯେ ଗ୍ରୀସ୍ ଏବଂ ତୁର୍କୀ ମଧ୍ୟରେ ପ୍ରାୟ ୧୦୦ ଜଣ ଉଲଗ୍ନ ବ୍ୟକ୍ତିଙ୍କ ସାକ୍ଷାତ ଅତ୍ୟନ୍ତ ବିବ୍ରତ। ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି କହିଛି ଯେ ଆମେ ଏପରି ନିଷ୍ଠୁର ଆଚରଣକୁ ନିନ୍ଦା କରୁଛୁ ଏବଂ ଏହି ଘଟଣାର ତଦନ୍ତ ଦାବି କରୁଛୁ।

Get real time updates directly on you device, subscribe now.