fbpx

Cochin Shipyard Limited ନିଯୁକ୍ତି: ଖାଲି ଅଛି ୩୫୬ଟି ପଦବୀ, ୪ ଦିନ ମଧ୍ୟରେ ଆବେଦନ କରନ୍ତୁ

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । କୋଚିନ ଶିପୟାର୍ଡ ଲିମିଟେଡ (ସିଏସଏଲ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀମାନଙ୍କୁ ଆଇଟିଆଇ ଟ୍ରେଡ ଆପ୍ରେଣ୍ଟାଇସ ଓ ଟେକ୍ନିସିଆନ (ଭୋକେସନାଲ) ଆପ୍ରେଣ୍ଟାଇସ ଭାବେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସମସ୍ତ ସୂଚନା ପାଇପାରିବେ ।

ଅକ୍ଟୋବର ମାସ ୧୨ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଅକ୍ଟୋବର ମାସ ୨୬ ତାରିଖ ପର୍ଯ୍ୟନ୍ତ ଏହି ଆବେଦନ ଓ ପେମେଣ୍ଟ ପ୍ରକ୍ରିୟା ଜାରି ରହିବ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ । ନିୟମ ଅନୁଯାୟୀ ପ୍ରାର୍ଥୀଙ୍କର ବୟସ କୋହଳ କରାଯିବ । ପ୍ରାର୍ଥୀ ଦଶମ, ଭିଏଚଏସସି, ଆଇଟିଆଇ-ଏନଟିସି (ପ୍ରାସଙ୍ଗିକ ଟ୍ରେଡ)ରେ ପାସ୍ କରିଥିବା ଦରକାର । ମୋଟ ୩୫୬ଟି ପଦବୀ ରହିଥିବା ବେଳେ ଆଇଟିଆଇ ଟ୍ରେଡ ପାଇଁ ୩୪୮ଟି ଓ ଟେକ୍ନିସିଆନ ପାଇଁ ୮ଟି ପଦବୀ ରହିଛି ।

ଅନଲାଇନ ଆବେଦନ ଲିଙ୍କ: https://cochinshipyard.in/careersummary/career_locations/1

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/10/Notification-Cochin-Shipyard-Limited-Apprentice-Vacancy.pdf

ଅଫିସିଆଲ ୱେବସାଇଟ ଲିଙ୍କ: https://cochinshipyard.in/

Get real time updates directly on you device, subscribe now.