ନୂଆଦିଲ୍ଲୀ: କ୍ରିକେଟକୁ ଜେଣ୍ଟଲମ୍ୟାନର ଗେମ ବୋଲି କୁହାଯାଏ । ଯେଉଁଥିରେ ନିୟମ ଏବଂ ଖେଳର ସ୍ପିରିଟ ନେଇ ମ୍ୟାଚକୁ ଆଗେଇ ନେଇଥାନ୍ତି ସମସ୍ତ ଖେଳାଳି । କିନ୍ତୁ ଯେତେବେଳେ ଭାରତ ଏବଂ ପାକିସ୍ତାନ ଭିତରେ ମ୍ୟାଚ କଥା ଆସେ ତେବେ ମାହୋଲ ପୂରା ବଦଳିଯାଏ । ବଦଳିଯାଏ ଖେଳର ମନୋଭାବ ଆଉ ସ୍ପିରିଟ । ସବୁ ଖେଳାଳିଙ୍କ ସାହସ ଆଉ ପାୱାର ହୋଇଯାଏ ଡବଲ । ଭାରତ-ପାକିସ୍ତାନ ମଧ୍ୟରେ ଏମିତି ଅନେକ ମ୍ୟାଚ ରହିଛି ଯେଉଁଥିରେ ଉଭୟ ଦେଶର ଖେଳାଳିଙ୍କ ଭିତରେ ଫାଇଟ ଦେଖିବାକୁ ମିଳିଛି । ଏମିତି କ୍ୟାପଟେନ କୁଲ ଧୋନୀ ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଆସନ୍ତୁ ନଜର ପକାଇବା ଇଣ୍ଡିଆ ପାକିସ୍ତାନ ଖେଳାଳିଙ୍କ ଟପ୍ ୫ ଫାଇଟ ।
୧- ଧୋନୀ-ଆଫ୍ରିଦି: ଭାରତ ପାକିସ୍ତାନ ମଧ୍ୟ ରେ ସବୁ ମ୍ୟାଚ ୱାର୍ଲ୍ଡକପ ମ୍ୟାଚ ଭଳି ହୋଇଥାଏ । କେବଳ ଖେଳାଳି ନୁହେଁ, ଫ୍ୟାନ୍ସମାନଙ୍କ ଆଶା ବି ଖୁବ ଉପରେ ରହିଥାଏ । ଏମିତି ଏକ ମ୍ୟାଚ ଖେଳାଯାଇଥିଲା ୨୦୦୫ ମସିହାରେ । ଟିମ ଇଣ୍ଡିଆର କ୍ୟାପଟେନ କୁଲ ମାହି ସେବେ ନୂଆ କରି ଦଳରେ ସାମିଲ ହୋଇଥିଲେ । କିନ୍ତୁ ମ୍ୟାଚରେ ଦେଖାଉଥିଲେ ନିଜର ଜଲୱା । ଜବରଦସ୍ତ ଫର୍ମରେ ଥିବାବେଳେ ଦୋନୀ ପାକିସ୍ତାନର ଶହିଦ ଆଫ୍ରିଦିଙ୍କ ବଲକୁ ଏକ ଚୌକା ମାରିଥିଲେ । ଏହାପରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ଆଫ୍ରିଦି । ତେଣୁ ଲଗାତାର ଧୋନୀଙ୍କ ଉପରେ ଚାପ ପକାଇବା ସହ ତାଙ୍କ ସହ ଯୁକ୍ତି କରିବା ପରିସ୍ତିତି ସୃଷ୍ଟି କରିଥିଲେ । ଏମିତି ସମୟରେ ଶାନ୍ତ ରହିଥିଲେ କ୍ୟାପଟେନ କୁଲ । କିନ୍ତୁ ଆପ୍ରିଦିଙ୍କ ଏହି କାଣ୍ଡର ଜବାବ ସେ ନିଜ ବ୍ୟାଟଂରେ ଦେଇଥିଲେ । ୧୪୮ ରନର ଏକ ଧୂଆଁଧାର ପାରି ଖେଳି । ଏହା ଧୋନୀଙ୍କର କ୍ୟାରିୟରର ପ୍ରଥମ ଶତକ ମଧ୍ୟ ଥିଲା ଯାହାକୁ ୫୮ ରନରେ ଭାରତ କବଜା କରିଥିଲା ।
୨- ଗମ୍ଭୀର-ଆଫ୍ରିଦି: ପାକିସ୍ତାନର ପୂର୍ବ ଅଧିନାୟକ ଶାହିଦ ଆଫ୍ରିଦି ଅନେକ ଥର ଏପରି ବିବାଦ ସୃଷ୍ଟି କରିଛନ୍ତି । ୨୦୦୭ କାନପୁର ଦିନିକିଆରେ ସେ ଟିମ ଇଣ୍ଡିଆର ଓପନର ଗୌତମ ଗମ୍ଭୀରଙ୍କ ସହ ଲଢିଯାଇଥିଲେ । ଗମ୍ଭୀର ତାଙ୍କ ବଲରେ ଏକ ଚୌକା ମାରିବା ପରେ ସେ ଏହାକୁ ଗ୍ରହଣ କରିପାରି ନଥିଲେ । କିନ୍ତୁ ଏହି ଲଢେଇ ଚୌକାର ପରବର୍ତ୍ତୀ ବଲରେ ବଢି ଯାଇଥିଲା ଯେତେବେଳେ ସିଙ୍ଗଲ ନେବା ସମୟରେ ଗମ୍ଭୀର-ଆଫ୍ରିଦିଙ୍କ ମଧ୍ୟରେ ଧକ୍କା ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା । କିନ୍ତୁ ଅମ୍ପାୟାର ଇୟାନ ଗୁଲ୍ଡ ଉଭୟ ଖେଳାଳିଙ୍କୁ ଶାନ୍ତ କରି ମ୍ୟାଚ ଚାଲୁ କରିଥିଲେ । ତେବେ ଏହି କାରନାମା ପାଇଁ ଉଭୟଙ୍କ ମ୍ୟାଚ ଫି’ର ୯୫ ପ୍ରତିଶତ ଜରିମାନା ଲାଗିଥିଲା ।
୩- ହରଭଜନ-ଶୋଏବ ଅଖତର: ଏହି ଘଟଣା ହେଉଛି ୨୦୧୦ ମସିହା ଏସିଆ କପ ଟୁର୍ଣ୍ଣାମେଣ୍ଟର । ହରଭଜନ ସିଂହ ଏବଂ ଶୋଏବ ଅଖତରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ବାକଯୁଦ୍ଧ । ଭାରତୀୟ ବ୍ୟାଟିଂର ୪୯ତମ ଓଭରରେ ଭଜ୍ଜିଙ୍କୁ ବାଉନ୍ସର ମାରି ଉକସାଉଥିଲେ ଶୋଏବ । ଆଉ ତା’ ପରେ ଯାହା ହେଲା ତାହା ଏବେ ବି କ୍ରିକେଟପ୍ରେମୀଙ୍କ ମନରେ ରହିଛି । ଉଭୟଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ହୋଇଥିଲା । ତେବେ ଶୋଏବଙ୍କୁ ଗାଳି କରିବା ପରେ ବି ଭଜ୍ଜିଙ୍କ ମନ ମାନି ନଥିଲା । ଶେଷ ଓଭରରେ ମହମ୍ମଦ ଆମିରଙ୍କ ବଲକୁ ଏକ ବିଶାଳ ଛକା ଲଗାଇ ଶୋଏବଙ୍କୁ ଜବାବ ଦେଇଥିଲେ ହରଭଜନ ସିଂହ । ଯାହାର ଉତ୍ତର ଦେଇ ପାରିନଥିଲେ ଅଖତର । ଏହି ଛକା ସହ ଭାରତକୁ ବିଜୟୀ କରାଇଥିଲେ ଭଜ୍ଜି ଯାହା ଫଳରେ ଶୋଏବଙ୍କୁ ବାଧ୍ୟ ହୋଇ ଚୁପ ରହିବାକୁ ପଡିଥିଲା ।
୪- ଇଶାନ୍ତ ଶର୍ମା-କମରନ ଆକମଲ: ଭାରତୀୟ ପେସ ବୋଲର ଇଶାନ୍ତ ଶର୍ମାଙ୍କ ଆଗ୍ରେସନ ବହୁତ ଥର ଦେଖାଯାଇଛି । କିନ୍ତୁ ଏହା ୨୦୧୨ ପାକିସ୍ତାନ ବିପକ୍ଷ ଟି-୨୦ ମ୍ୟାଚରେ ଅଲଗା ରୂପରେ ଥିଲା । ଇଶାନ୍ତଙ୍କ ବଲରେ ବାରମ୍ବାର ବିଟ ହେଉଥିଲେ କମରନ । ଏହାପରେ ଉଭୟ ଖେଳାଳି ପରସ୍ପରଙ୍କୁ ଆଙ୍ଗୁଠି ଦେଖାଇଥିଲେ, ସତେ ଯେମିତି ଯୁଦ୍ଧର ହୁଙ୍କାର ଦେଉଥିଲେ ଇଶାନ୍ତ ଏବଂ କମରନ । ତେବେ ଏହି ମାମଲା ଆଗକୁ ବଢିବା ପୂର୍ବରୁ ସୁରେଶ ରାଇନା ଏବଂ ୟୁବରାଜ ସିଂହଙ୍କ ସହ ଅମ୍ପାୟାର ଆଜି ଏହାକୁ ଶାନ୍ତ କରାଇଥିଲେ । କିନ୍ତୁ ମାମଲା ଥଣ୍ଡା ହୋଇନଥିଲା । କମରନ ଆକମଲଙ୍କ କ୍ୟାଚ ନେବା ପରେ ଇଶାନ୍ତଙ୍କ ଆଗ୍ରେସନ ପୁଣିଥରେ ବିବାଦ ଦେଖା ଦେଇଥିଲା । ଫଳରେ ଉଭୟ ଖେଳାଳିଙ୍କୁ ଜରିମାନା ଲଗାଇଥିଲା ଆଇସିସି ।
୪- ଧୋନୀ- ଦାନିଶ କାନେରିୟା: ଏହି ଯୁଦ୍ଧ ହୁଏତ ରକ୍ତପାତରେ ଶେଷ ହୋଇଥାନ୍ତା । ଯଦି ଏମ ଏସ ଦୋନୀଙ୍କ ଜାଗାରେ ଅନ୍ୟ କେହି ଖେଳାଳି ରହିଥାନ୍ତେ । ୨୦୦୬ ମସିହାରେ ଭାରତ-ପାକିସ୍ତାନ ବିପକ୍ଷ ଏକ ଟେଷ୍ଟ ମ୍ୟାଚରେ ଧୋନୀ ଏବଂ ପାକିସ୍ତାନୀ ସ୍ପିନର ଦାନିଶ କାନେରିୟାଙ୍କ ମଧ୍ୟରେ ଏହି ଫାଇଟ ହୋଇଥିଲା । କାନେରିୟାଭ୍କ ବଲକୁ ବାରମ୍ବାର ଫ୍ରଣ୍ଟ ଷ୍ଟେପରେ ଡିଫେନ୍ସ କରୁଥିଲେ ମାହି । ଯାହାକୁ ନେଇ ନିଜ ରାଗକୁ କଣ୍ଟ୍ରୋଲ କରି ପାରିନଥିଲେ ପାକିସ୍ତାନୀ ବୋଲର । ଫଳରେ ସେ ବଲକୁ କଲେକ୍ଟ କରି ୱିକେଟ କିପରଙ୍କ ହାତକୁ ଥ୍ରୋ କରିଥିଲେ । କିନ୍ତୁ ତାଙ୍କର ଟାର୍ଗେଟ ଥିଲେ ଧୋନୀ । ବଲଟି ଧୋନୀଙ୍କ ମୁଣ୍ଡରେ ବାଜିବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମାହି । କିନ୍ତୁ ଏହାର ଜବାବ ସେ ମୁହଁରେ ନୁହେଁ ବ୍ୟାଟିଂରେ ଦେଇଥିଲେ । ,ହାପରେ ଧୋନୀଙ୍କ ବିଶ୍ୱରୂପ ଦେଖିଥିଲା ପାକିସ୍ତାନ । ପରବର୍ତ୍ତୀ ୨ଟି ବଲରେ ଧୋନୀ ୨ଟି ବିଶାଳ ଛକା ମାରଥିଲେ ଯେଉଁଥିରୁ ଗୋଟିଏ ବଲ ଷ୍ଟାଡିୟମ ବାହାରକୁ ଯାଇଥିଲା ।
ଏଥିଲା ଟିମ ଇଣ୍ଡିଆ ଏବଂ ପାକିସ୍ତାନ ବିପକ୍ଷରେ ଟପ ଫାଇଟ । ତେବେ ଆଜି ମଧ୍ୟ ଟି-୨୦ ବିଶ୍ବକପ ୨୦୨୨ରେ ମୁହାଁ ମୁହିଁ ହେବାକୁ ଯାଉଛି ଭାରତ ପାକିସ୍ତାନ । ସେଥିପାଇଁ ଖେଳାଳିଙ୍କଠାରୁ ଆରମ୍ଭ କରି ଫ୍ୟାନ୍ସ, ସମସ୍ତଙ୍କ ଉତ୍ସାହ ଟପ ଲେବଲ ରେ ରହିଛି ।