fbpx
BJD SKY
BJD SKY

ହାଟ୍ରିକ ରଚିଲେ ଜିନ୍‌ପିଙ୍ଗ୍‌; ତୃତୀୟ ଥର କମ୍ୟୁନିଷ୍ଟ୍‌ ପାର୍ଟିର ସାଧାରଣ ସମ୍ପାଦକ ଭାବେ ହେଲେ ନିର୍ବାଚିତ

BJD

ବେଜିଙ୍ଗ୍‌: ଥରେ ନୁହେଁ କି ଦୁଇ ଥର ନୁହେଁ ଲଗାତାର ତୃତୀୟ ଥର କମ୍ୟୁନିଷ୍ଟ୍‌ ପାର୍ଟିର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ । ଏହା ଏକ ରେକର୍ଡ କହିଲେ ଭୁଲ ହେବ ନାହିଁ । ସେ ଆଗାମୀ ୫ ବର୍ଷ ନିମନ୍ତେ ଏହି ଦାୟିତ୍ବ ତୁଲାଇବେ ବୋଲି ସୂଚନାମିଳିଛି ।

ଦଳ ଉପରେ ସି’ ଜିନ୍‌ପିଙ୍ଗ୍‌ଙ୍କ ଆଧିପତ୍ୟ ସୁଦୃଢ଼ କରାଇ ଶନିବାର ଦିନ ଚୀନା କମ୍ୟୁନିଷ୍ଟ୍‌ ପାର୍ଟିର ମହାସଭା ଶେଷ ହୋଇଥିଲା। ଦେଶ ଶାସନ ନିମନ୍ତେ ‘ଷ୍ଟାଣ୍ଡିଙ୍ଗ୍‌ କମିଟି’ ସଦସ୍ୟ ଚୟନ କରୁଥିବା ୨୫ ସଦସ୍ୟବିଶିଷ୍ଟ ‘ପଲିଟିକାଲ୍‌ ବ୍ୟୁରୋ’କୁ ମଧ୍ୟ ‘ସେଣ୍ଟ୍ରାଲ୍‌ କମିଟି’ର ସଦସ୍ୟମାନେ ନିର୍ବାଚିତ କରିଥିଲେ।ଶନିବାର ଦିନ ମହାସଭା ସମାବର୍ତ୍ତନରେ ଦେଇଥିବା ସଂକ୍ଷିପ୍ତ ମନ୍ତବ୍ୟରେ ସି’ କହିଛନ୍ତି ଯେ, ଦଳର ସାମଗ୍ରିକ ନେତୃତ୍ବକୁ ବଜାୟ ରଖିବା ଓ ସୁଦୃଢ଼ କରିବାର ଆବଶ୍ୟକତା ଅଛି।

ସୂଚନାମୁତାବକ ତୃତୀୟ ଥର ପାଇଁ ଜିନପିଙ୍ଗ ଚୀନର ରାଷ୍ଟ୍ରପତି ହେବା ସହିତ ଦଳର ଚାରି ଦଶନ୍ଧି ପୁରୁଣା ନିୟମ ମଧ୍ୟ ଭାଙ୍ଗି ଯାଇଛି। ବାସ୍ତବରେ, ୧୯୮୨ ମସିହାରେ ଚାଇନାରେ ସର୍ବୋଚ୍ଚ କାର୍ଯ୍ୟାଳୟରେ ୧୦ ବର୍ଷ କାର୍ଯ୍ୟକାଳର ନିୟମ କରାଯାଇଥିଲା। ତେବେ, ଜିନପିଙ୍ଗଙ୍କୁ ଆଉ ପାଞ୍ଚ ବର୍ଷ କ୍ଷମତାରେ ରଖିବା ପାଇଁ ଏହି ନିୟମକୁ ଅଲଗା କରାଯାଇଥିଲା।ଜିନପିଙ୍ଗ ମଧ୍ୟ ଚୀନର କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟିର ସଦସ୍ୟ ଅଟନ୍ତି। ଏହି ୨୫ ସଦସ୍ୟ ବିଶିଷ୍ଟ ‘ପଲିଟବୁରୋ’ ଷ୍ଟାଣ୍ଡିଂ କମିଟିର ସାତଜଣ କିମ୍ବା ଅଧିକ ସଦସ୍ୟଙ୍କୁ ନିର୍ବାଚନ ଆଧାରରେ ଚୀନ୍ ଶାସନ କରିବାକୁ ମନୋନୀତ କରିଥିଲା। ଏହି କମିଟିରୁ ଜିନପିଙ୍ଗ ଦଳର ସାଧାରଣ ସମ୍ପାଦକ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ। ତାଙ୍କୁ ଆସନ୍ତା ପାଞ୍ଚ ବର୍ଷ ପାଇଁ ଦଳ ତଥା ଦେଶର ନେତୃତ୍ୱ ଦିଆଯାଇଛି।

Get real time updates directly on you device, subscribe now.