fbpx

ଅର୍ଚ୍ଚନା କେସର ତଦନ୍ତ କରିବ ED! ଖୋଲିବ ସବୁ ବେଆଇନ ଅର୍ଥ କାରବାରର ଗୁମର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମାମଲାରେ ନୂଆ ଅପଡେଟ୍ ଆସିଛି । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଏବେ ଜେଲର ଚାରିକାନ୍ଥ ଭିତରେ ବନ୍ଦୀ ଜୀବନ ବିତାଉଛନ୍ତି । ତେବେ ଏହି ଦମ୍ପତିଙ୍କର ବେଆଇନ ଅର୍ଥ କାରବାରର ତଦନ୍ତ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୋଲିସକୁ ଏଫଆଇଆର କପି ମାଗିଛି ଇଡି । ତେଣୁ ଏହି ମାମଲାର ଖୋଳତାଡ଼ ଇଡି କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଖୁବ୍ କମ୍ ସମୟ ମଧ୍ୟରେ ଅର୍ଚ୍ଚନା କେମିତି କୋଟି କୋଟି ଟଙ୍କାର ମାଲିକାଣୀ ପାଲଟିଲେ ସେନେଇ ଇଡିରେ ମାମଲା ଦାୟର ହୋଇଥିଲା । ଗତ ୨୧ ତାରିଖରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପୋଲିସ ଗିରଫ କରିଥିଲା । ବିଭିନ୍ନ ଲୋକଙ୍କୁ କିପରି ବେଆଇନ ଭାବେ ବ୍ଲାକମେଲିଂ କରି ଫସାଯିବ, ସେନେଇ ପ୍ରି-ପ୍ଲାନିଂ କରିଥିଲେ ଜଗବନ୍ଧୁ । ଅର୍ଚ୍ଚନା ଗିରଫ ହେବା ପରଠାରୁ ଜଗବନ୍ଧୁ ଫେରାର ରହିଥିଲେ । କୌଣସି ସୂତ୍ରରୁ ପୋଲିସ ଖବର ପାଇ ଜଗବନ୍ଧୁଙ୍କୁ ତାଙ୍କ ଭୁବନେଶ୍ୱର ସ୍ଥିତ ସତ୍ୟବିହାର ବାସଭବନରୁ ଉଠାଇ ନେଇଥିଲା ।

ଗତ ୧୪ ତାରିଖରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ଭୁବନେଶ୍ୱର ଡିସିପିଙ୍କ ସହିତ ୭ ଜଣଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା । ଅର୍ଚ୍ଚନାଙ୍କ ନାମରେ କୋଟି କୋଟି ଟଙ୍କାର ବେଆଇନ ଅର୍ଥ ରହିଥିବାରୁ ଉକ୍ତ ମାମଲାର ଇଡି ତଦନ୍ତ ନେଇ ଦାବି କରାଯାଇଥିଲା । ଅର୍ଚ୍ଚନା ପାନୀୟରେ ନିଶା ଦେଇ ଜଣେ ଯୁବତୀଙ୍କର ନଗ୍ନ ଭିଡିଓ ଶୁଟିଂ କରିଥିବା ନେଇ ପୀଡ଼ିତା ଜଣଙ୍କ ଥାନାରେ ଏତଲା ଦେଇଥିଲେ ।

Get real time updates directly on you device, subscribe now.