fbpx

ଦୀପାବଳିରେ ଅଭାବନୀୟ, ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ପିପିଲିରେ ଯୁବକଙ୍କୁ ଗୁଳିମାଡ଼

ପୁରୀ: ଫୁଟିଲା ବୋମା ହେଲା ଗୁଳିମାଡ଼। ଦୀପାବଳୀ ଭଳି ଦିନରେ ପିପିଲିରେ ଘଟିଯାଇଛି ଏଭଳି ଅଘଟଣ। ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଏନସି ଅଞ୍ଚଳ ହନୁମାନ ମନ୍ଦିର ନିକଟରେ ଯୁବକଙ୍କୁ ଏହି ଗୁଳିମାଡ଼ ହୋଇଛି। ଏହି ଗୁଳିକାଣ୍ଡରେ ସମ୍ପୃକ୍ତ ଯୁବକ ଆହତ ହୋଇଥିବା ବେଳେ ଗୁରୁତ୍ତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇଁ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି। ତେବେ ସୂଚନାନୁସାରେ ଯୁବକଙ୍କ ଗୋଡ଼ରେ ଗୁଳି ବାଜିଛି। ଏବଂ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Get real time updates directly on you device, subscribe now.