କମଳା ଖାଇ ସାରିବା ପରେ ଫିଙ୍ଗୁଛନ୍ତି କି ଏହାର ଚୋପା? ଜାଣନ୍ତୁ ଏହାର ବିଶେଷ ଫାଇଦା

ଆମ ଦେଶରେ କମଳା ଉତ୍ପାଦନ ଅଧିକ ହୋଇଥାଏ । ଏଥିରେ ଥିବା ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ଫୋଲେଟ୍ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହାର ଭିତରର ଫଳକୁ ତ ଆମେ ଖାଇଥାଉ କିନ୍ତୁ ଏହାର ଚୋପାକୁ ଫିଙ୍ଗି ଦେଇଥାଉ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଏହାଦ୍ୱାରା ଆପଣ କମଳା ଚୋପାର ଉପକାରିତାରୁ ବଞ୍ଚିତ ହେବେ । ତେବେ ଆସନ୍ତୁ ଜାଣିବା କମଳା ଚୋପାର କ’ଣ ରହିଛି ବିଶେଷ ଉପକାରିତା ।

ଚର୍ମ ପାଇଁ ଭଲ :

କମଳା ଚୋପା ଆମ ତ୍ୱଚା ପାଇଁ କୌଣସି ଉପହାରଠୁ କମ୍ ନୁହେଁ । ଯଦି ତ୍ୱଚା ତେଲିଆ ହୋଇଥାଏ, ତେବେ ଏହା ଆପଣଙ୍କ ପାଇଁ ଏକ ଔଷଧର କାମ ଦେଇଥାଏ । ଏହାକୁ ଗୁଣ୍ଡକରି ମହୁ ସହ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ । ଆପଣଙ୍କ ମୁହଁରେ ଚମକ ଆସିବା ସହ ଦାଗ ମଧ୍ୟ ଦୂର ହୋଇଯିବ ।

ଶୋଇବାରେ ସହାୟକ ହୋଇଥାଏ :

ଯଦି ଆପଣଙ୍କୁ ଆରାମଦାୟକ ନିଦ ଆସୁନାହିଁ, ତେବେ ଏଥିପାଇଁ କମଳା ଚୋପାକୁ ପାଣିରେ ମିଶାଇ ଗରମ କରନ୍ତୁ । ପରେ ଏହାକୁ ପିଅନ୍ତୁ । ନିୟମିତ ଏଭଳି କରିବା ଦ୍ୱାରା ରାତିରେ ଭଲ ନିଦ ମଧ୍ୟ ଆସିଥାଏ ।

ବୃଦ୍ଧି ପାଇବ ରୋଗ ପ୍ରତିରୋଧକ ଶକ୍ତି :

କମଳା ଚୋପାରେ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । କରୋନା ଭାଇରସରୁ ମୁକ୍ତି ପାଇବା ପାଇଁ ସବୁବେଳେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ କୁହାଯାଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ କମଳା ଚୋପା ବେଶ୍ ଉପଯୋଗୀ ହୋଇପାରେ । ଏଥିପାଇଁ କମଳା ଚୋପାକୁ ଗରମ ପାଣିରେ ଧୋଇ ଖାଇପାରିବେ । ତେବେ କିଛି ଲୋକ ଚିନି ଏବଂ ଲେମ୍ବୁ ସହ ଏହାକୁ ଖାଇବାକୁ ପସନ୍ଦ କରନ୍ତି ।

କେଶ ପାଇଁ କଣ୍ଡିସନର ଭାବେ କାମ କରେ :

ଆମେ ପ୍ରାୟତଃ ବଜାରରୁ ମହଙ୍ଗା ଏବଂ କେମିକାଲ ଯୁକ୍ତ କଣ୍ଡିସନର ବ୍ୟବହାର କରିଥାଉ । କିନ୍ତୁ ଆପଣ ଜାଣନ୍ତି କି ଏଥିପାଇଁ କମଳା ଚୋପା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଏହି ଚୋପାରେ କ୍ଲୋଜିଂ ଗୁଣ ଥାଏ ଯାହା କେଶ ପାଇଁ ଲାଭଦାୟକ ହୋଇଥାଏ । ଏଥିପାଇଁ କମଳା ଚୋପାକୁ ଶୁଖାଇ ଗୁଣ୍ଡ କରନ୍ତୁ, ପରେ ସେଥିରେ ମହୁ ମିଶ୍ରିତ କରି ମୁଣ୍ଡରେ ଲଗାନ୍ତୁ । କିଛି ସମୟ ପରେ ଧୋଇବା ପରେ କେଶ ଚମକିବ ।