fbpx

ସେନାରେ ମହିଳାଙ୍କ ଯୋଗଦାନରେ ବଢିବ ଶକ୍ତି: କାର୍ଗିଲରେ ଏମିତି ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

କାର୍ଗିଲ: ଆଜି ଦୀପାବଳି ଉତ୍ସବ ପାଳନ କରିବା ପାଇଁ କାର୍ଗିଲରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାରତୀୟ ସେନାଙ୍କ ସହ ଆଲୋକର ଏହି ପର୍ବକୁ ସେ ପାଳନ କରିଛନ୍ତି । ତେବେ ସେନା କ୍ୟାମ୍ପରେ ସମ୍ବୋଧନ ଦେବା ସମୟରେ ସେ ଭାରତୀୟ ଯବାନଙ୍କୁ ବେଶ୍ ପ୍ରଶଂସା କରିଛନ୍ତି ମୋଦି । ଏହି ସମୟରେ ସେନାରେ ଯୋଗ ଦେବା ପାଇଁ ଦେଶର ନାରୀଶକ୍ତିକୁ ମଧ୍ୟ ଆହ୍ୱାନ ଦେଇଛନ୍ତି । ଏହାଦ୍ୱାରା ସେନାର ଶକ୍ତି ଆହୁରି ବୃଦ୍ଧି ପାଇବ ବୋଲି ସେ ମତ ଦେଇଛନ୍ତି ।

ଗତ ୮ ବର୍ଷରେ ଭାରତୀୟ ସେନାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିସହିତ ସେନାରେ ନାରୀଶକ୍ତିକୁ ସାମିଲ ହେବା ପାଇଁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି । ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା ସୁଯୋଗ ମଧ୍ୟ କରାଯାଇଛି । ତେବେ ଯଦି ଦେଶର ନାରୀ ସେନାରେ ସାମିଲ ହୁଅନ୍ତି, ତେବେ ସଶସ୍ତ୍ର ବଳର ଶକ୍ତି ଏବଂ ତାକତ ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସ୍ଥାୟୀ କମିଶନ ଦ୍ୱାରା ମହିଳା ଅଧିକାରୀଙ୍କୁ ସାମିଲ କଲେ ଏହାର ବିକାଶ ହେବ ବୋଲି ମୋଦି ଆହ୍ୱାନ ଦେଇଛନ୍ତି । ସୀମା ସୁରକ୍ଷିତ ରହିଲେ ରାଷ୍ଟ୍ର, ଅର୍ଥବ୍ୟବସ୍ଥା ସୁରକ୍ଷିତ ରହିବା ସହ ସମାଜରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

କାର୍ଗିଲରେ ପହଞ୍ଚିବା ପରେ ମୋଦିଙ୍କ ଆଉ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି । ଭାରତୀୟ ବୀର ଯବାନମାନଙ୍କ ସହ ଦୀପାବଳି ପାଳନ କରିବା ସହ ସେମାନଙ୍କୁ ପ୍ରେରଣା ଯୋଗାଇ ଆହୁରି ଉତ୍ସାହିତ କରିଛନ୍ତି । ସେଠରେ ପହଞ୍ଚିବା ପରେ ମୋଦି ସମସ୍ତଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଭାରତୀୟ ଯବାନମାନଙ୍କ ତରଫରୁ ମୋଦିଙ୍କୁ ବିଭିନ୍ନ ଉପହାର ମଧ୍ୟ ପ୍ରଦାନ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ସହ ଥିବାରୁ ଯବାନମାନେ ମଧ୍ୟ ନିଜର ଟାଲେଣ୍ଟ ଦେଖାଇଛନ୍ତି ।

Get real time updates directly on you device, subscribe now.