fbpx

Video: ଭୀଷଣ ଅଗ୍ନିକାଣ୍ଡରେ ଜଳିଗଲା ୭୦୦ ଦୋକାନ, ଦମକଳ ଉପରେ ଅବହେଳାର ଅଭିଯୋଗ

ଇଟାନଗର: ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟସ୍ଥନାହରଲଗୁନ ଦୈନିକ ବଜାରରେ ମଙ୍ଗଳବାର ଦିନ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ୭୦୦ ଦୋକାନ ଜଳି ପୋଡ଼ି ପାଉଁଶ ହୋଇଛି । ପୋଲିସ ଅଧିକାରୀମାନେ କହିଛନ୍ତି ଯେ, ନିଆଁ ଲାଗିବାର ସୂଚନା ପ୍ରାୟ ୪ଟାରେ ମିଳିଥିଲା । ଏହା ରାଜ୍ୟର ସର୍ବ ପୁରାତନ ବଜାର ଏବଂ ଇଟାନଗର ଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଥିବା ନାହରଲାଗୁନ୍ ଠାରେ ଥିବା ଅଗ୍ନିଶମ କେନ୍ଦ୍ର ନିକଟରେ ଅବସ୍ଥିତ ।

ଦୀପାବଳି ଉତ୍ସବ ସମୟରେ ବାଣ ବା ଦୀପରୁ ଏହି ଅଗ୍ନିକାଣ୍ଡ ହୋଇଥିବା ପୋଲିସ କହିଛି । ସେ ଦାବି କରିଛନ୍ତି ଯେ, ଅଗ୍ନିଶମ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । କିନ୍ତୁ ଦୋକାନଗୁଡ଼ିକ ବାଉଁଶ ଓ କାଠରେ ତିଆରି ହୋଇଥିଲା, ଯାହାଫଳରେ ନିଆଁ ଶୀଘ୍ର ବ୍ୟାପିଗଲା । ଆତଙ୍କିତ ଦୋକାନୀମାନେ ନିଆଁରୁ ଯାହା ପାରିଲେ, ତାକୁ ସୁରକ୍ଷିତ ସ୍ଥାନକୁ ନେଇଆସିଥିଲେ । କିନ୍ତୁ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ଏକ ଭୟଙ୍କର ରୂପ ନେଇଥିଲା ।

ପୋଲିସ କହିଛି ଯେ, ନିଆଁକୁ ଆୟତ୍ତ କରିବା ପାଇଁ ତିନୋଟି ଅଗ୍ନି ନିର୍ବାପକ ଯନ୍ତ୍ରକୁ ଲଗାଯାଇଥିଲା, ସେଥିମଧ୍ୟରୁ ଗୋଟିଏ ଇଟାନଗରରୁ ଅଣାଯାଇଥିଲା ଏବଂ ଘଣ୍ଟା ଘଣ୍ଟା ଧରି ନିଆଁକୁ ଆୟତ୍ତ କରାଯାଇଥିଲା । ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛିି । କୋଟି କୋଟି ଟଙ୍କା କ୍ଷତି ହୋଇଥିବାର ଆଶଙ୍କା କରାଯାଉଛି । ପୋଲିସ ଅଧୀକ୍ଷକ ଜିମି ଚିରାମ କହିଛନ୍ତି ଯେ, ଅଗ୍ନିଶମ ବିଭାଗର ତଦନ୍ତ ପରେ ହିଁ ଅଗ୍ନିକାଣ୍ଡର କାରଣ ଜଣାପଡିବ ।

ଦୋକାନୀମାନେ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ନିଆଁ ଲାଗିବା ବିଷୟରେ ସୂଚନା ପାଇଲେ ସେମାନେ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରରେ ପହଞ୍ଚିଥିଲେ, କିନ୍ତୁ ସେଠାରେ କୌଣସି ଅଗ୍ନିଶମ କର୍ମଚାରୀ ନଥିଲେ । ସେ ଦାବି କରିଛନ୍ତି ଯେ, ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପରେ ଲିଭାଇବା ଗାଡିରେ ପାଣି ନଥିଲା । ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କୁ ପାଣି ଭରିବା ପାଇଁ ବହୁ ଦୂରକୁ ଯିବାକୁ ପଡ଼ିଥିଲା, ଯେଉଁ ସମୟରେ ବଜାରର ଅଧିକାଂଶ ଅଂଶ ନିଆଁରେ ପୋଡି ଯାଇଥିଲା ବୋଲି ସେମାନେ କହିଛନ୍ତି ।

Get real time updates directly on you device, subscribe now.