fbpx

କାହିଁକି ଦେଢ ଘଣ୍ଟା ବନ୍ଦ ହୋଇଗଲା ହ୍ୱାଟ୍ସଆପ? ସାମନାକୁ ଆସିଲା ଏହି ୩ଟି କାରଣ…

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଲୋକପ୍ରିୟ ମେସେଜିଙ୍ଗ ଆପ ହ୍ୱାଟ୍ସଆପ ଆଜି ବେଶ୍ କିଛି ସମୟ ବନ୍ଦ ହୋଇ ରହିଛି । ଯେଉଁଥିପାଇଁ ଚିନ୍ତାରେ ପଡିଯାଇଥିଲେ ସମସ୍ତ ୟୁଜର । ଅବଶ୍ୟ ପ୍ରାୟ ଦେଢ ଘଣ୍ଟା ପରେ ଏହା ପୁଣିଥରେ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଛି । ଏବେ ପୂର୍ବ ପରି ହ୍ୱାଟ୍ସଆପ ବ୍ୟବହାର କରୁଛନ୍ତି କୋଟି କୋଟି ୟୁଜର । ତେବେ କାହିଁକି ଦେଢ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା ହ୍ୱାଟ୍ସଆପ ଆସନ୍ତୁ ଜାଣିବା ।

ଆଜି ହଠାତ ହ୍ୱାଟ୍ସଆପ କାମ କରିବା ବନ୍ଦ କରି ଦେଇଥିଲା । ତେବେ କେବଳ ଭାରତ ନୁହେଁ, ବ୍ରିଟେନ, ସିଙ୍ଗାପୁର, ଇଟାଲୀ, ତୁର୍କୀ, ସାଉଥ ଆଫ୍ରିକା ଏବଂ ଅନ୍ୟାନ୍ୟ ଦେଶ ସହ ସାରା ବିଶ୍ୱରେ ଏହି ସମସ୍ୟା ଦେଖିବାକୁ ମିଳିଥିଲା । ତେବେ ଭାରତରେ ଏହି ସର୍ଭିସ ଦେଢ ଘଣ୍ଟାରେ ବନ୍ଦ ରହିଥିଲା । ସର୍ଭିସ ବନ୍ଦ ହେବା ପରେ ସଙ୍ଗେ ସଙ୍ଗେ ଏହାକୁ ଠିକ କରିବା ପାଇଁ କମ୍ପାନୀ ଷ୍ଟେଟମେଣ୍ଟ ଜାରି କରିଥିଲା । ତେବେ ଏହାକୁ ସ୍ୱାଭାବିକ କରିବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିଥିଲେ ୟୁଜର । ଏହାପୂର୍ବରୁ ମଧ୍ୟ ଅନେକ ଥର ୟୁଜର ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । କିନ୍ତୁ ଏଥର ଏହି ସମସ୍ୟାର କୌଣସି ଅଫିସିଆଲ କାରଣ ଜଣାପଡିନାହିଁ ।

ତେବେ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଏମିତି ହେବାର ଅନେକ କାରଣ ହୋଇପାରେ । ହେଭି ଟ୍ରାଫିକ ମଧ୍ୟ ଏହାର ଏକ ବଡ କାରଣ ହୋଇପାରେ ବୋଲି କୁହାଯାଇଛି । ପ୍ରତିଦିନ ଏହାର ବହୁଳ ବ୍ୟବହାର ହେଉଥିବା ବେଳେ ଏବେ ପାର୍ବଣ ଋତୁରେ ଏହା ଆହୁରି ବୃଦ୍ଧି ପାଇଛି । ଯେଉଁଥିପାଇଁ ସର୍ଭର ଏହାକୁ ନିୟନ୍ତ୍ରଣ କରି ନ ପାରିବାରୁ ଏହି ସମସ୍ୟା ଦେଖାଯାଇଥିବା କୁହାଯାଉଛି । ସେହିପରି ୨୦୨୧ ଅକ୍ଟୋବର ମାସରେ ମଧ୍ୟ ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ କିଛି ସମୟ ପାଇଁ ବନ୍ଦ ହୋଇଥିଲା । ତେବେ ଡିଏନଏସ ଫେଲୁଅର ପାଇଁ ଏହି ସମସ୍ୟା ହୋଇଥିବା ସେତେବେଳେ କୁହାଯାଇଥିଲା ।

Get real time updates directly on you device, subscribe now.