fbpx

୬୭ ବର୍ଷରେ ଗୋଟିଏ ଦିନ ବି ଗାଧୋଇ ନଥିଲେ ‘ଦୁନିଆର ସବୁଠାରୁ ଅପରିଷ୍କାର ବ୍ୟକ୍ତି!’ ପ୍ରଥମଥର ଗାଧୋଇବା ପରେ ମୃତ୍ୟୁ

ପ୍ରାୟତଃ ଲୋକମାନେ ଥଣ୍ଡା ଦିନରେ ଗାଧୋଇବାକୁ ଇଛା ପ୍ରକାଶ କରନ୍ତି ନାହିଁ । ଛୁଆରୁ ନେଇ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଗଧୋଇବା ଏକ ବଡ଼ କାମ ଲାଗିଥାଏ ଓ ଶୀତଦିନେ ନଗାଧୋଇବାକୁ ତାଙ୍କୁ ସୁଯୋଗ ମିଳିଯାଏ । କିନ୍ତୁ କିଛି ଲୋକ ଶୀତ ହେଉ ବା ଖରା, କେବେ କି ଗାଧାନ୍ତି ନାହିଁ । ଏପରି ଲୋକଙ୍କୁ ନିଜ ଶରୀରର କିଛି ଚିନ୍ତା ବି ନଥାଏ । ଇରାନର ଏପରି ଜଣେ ବ୍ୟକ୍ତି ଅନେକ ଚର୍ଚ୍ଚାକୁ ଆସିଥିଲେ, କାହିଁକି ନା ସେ ଦିନେ କି ୨ ଦିନ ନୁହେଁ, ବରଂ ୬୭ ବର୍ଷରେ ଗୋଟିଏ ଥର ବି ଗାଧୋଇନଥିଲେ । ଯେବେ ସେ ଗାଧୋଇବାକୁ ଚିନ୍ତା କଲେ, ତାହା ତାଙ୍କ ପାଇଁ ମାରାତ୍ମକ ହୋଇଗଲା । ଫଳରେ ‘ଦୁନିଆର ସବୁଠାରୁ ଅପରିଷ୍କାର ବ୍ୟକ୍ତି’ ଆଉ ଏ ଦୁନିଆରେ ନାହାନ୍ତି ।

ରିପୋର୍ଟ ଅନୁସାରେ, ଇରାନରେ ରହୁଥିବା ଆମୌ ହାଜୀ ସମଗ୍ର ଦୁନିଆର ସବୁଠାରୁ ଅପରିଷ୍କାର ବ୍ୟକ୍ତି ଭାବେ ଚର୍ଚ୍ଚାକୁ ଆସିଥିଲେ । ମଙ୍ଗଳବାର ଦିନ ସୂଚନା ମିଳିଥିଲା କି, ୯୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଅମୌ ଅର୍ଦ୍ଧ ଶତାବ୍ଦୀରୁ ବି ଅଧିକ ସମୟ ଧରି ଗାଧୋଇ ନ ଥିଲେ । କାହିଁକି ନା, ଅମୌ ହାଜୀଙ୍କୁ ଗାଧୋଇବା, ଧୁଆଧୋଇ ହେବା ଆଦୌ ପସନ୍ଦ ନ ଥିଲା । ସେ ଅବିବାହିତ ଥିଲେ । ରବିବାର ଇରାନର ଦକ୍ଷିଣ ପ୍ରାନ୍ତ ଫୋର୍ସର ଦେହଗାହ ଗାଁରେ ଅମୌ ହାଜୀଙ୍କ ନିଧନ ହୋଇ ଯାଇଛି । ରିପୋର୍ଟ ଅନୁସାରେ, ୬୭ ବର୍ଷ ଧରି ସେ ଗାଧୋଇନଥିଲେ ।

ଅମୌ ହାଜୀ ଅସୁସ୍ଥ ତଥା ରୋଗାକ୍ରାନ୍ତ ହୋଇଯିବା ଡରରେ ଗାଧୋଇବାଠୁ ଦୂରେଇ ରହୁଥିଲେ । ଏବେ ଲାଗୁଛି କି, ସେ ଯାହା ଭାବୁଥିଲେ ବୋଧହୁଏ ସତ । ରିପୋର୍ଟ ଅନୁସାରେ, କିଛି ମାସ ତଳେ ହିଁ ଗ୍ରାମବାସୀ ତାଙ୍କୁ ଗାଧୋଇବା ପାଇଁ ବାଥରୁମ ନେଇ ଯାଇଥିଲେ । ଅମୌ ହାଜୀ ନିଜ ଖାଦ୍ୟରେ ଜୀବଜନ୍ତୁମାନଙ୍କର ପଚାସଢ଼ା ମାଂସ ଖାଇବାକୁ ପସନ୍ଦ କରୁଥିଲେ । ତାଙ୍କୁ ପାର୍କୁପାଇନ୍ର ମାଂସ ବହୁତ ପସନ୍ଦ ଥିଲା । ଏହାଛଡ଼ା ଅମୌ ଏକ ସାଥୀରେ ୫ ସିଗାଗେଟ୍ ଜାଳି ପିଉଥିଲେ । ଗାଧୋଇବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

Get real time updates directly on you device, subscribe now.