fbpx

ଦଶପଲ୍ଲା ଉପକାରାଗାରରୁ କଏଦୀ ଚମ୍ପଟ

ନୟାଗଡ଼: ଦଶପଲ୍ଲା ଉପକାରାଗାରରୁ ଚମ୍ପଟ ମାରିଲେ ଜଣେ କଏଦୀ । ଜେଲ ପରିସରରେ ସଫେଇବେଳେ ଦୌଡ଼ି ପଳାଇଥିବା ସୂଚନା ମିଳିଛି । ସ୍ତ୍ରୀ ହତ୍ୟା ଅଭିଯୋଗରେ ବିଚାରଧୀନ ଥିଲେ ବନ୍ଦୀ କଏଦୀ ।

ସୂଚନା ଅନୁସାରେ, ବିଚାରଧୀନ କଏଦୀ ହିମାଂଶୁ ଶେଖର ନାୟକ ଆଜି ଫେରାର ହୋଇଛନ୍ତି । ଆଜି ଅପରାହ୍ନରେ ୱାଡ଼ର୍ କୃଷ୍ଣ ଚନ୍ଦ୍ର ପ୍ରଧାନ ମୁଖ୍ୟ ଫାଟକ ସଫା କରୁଥିବା ବେଳେ ଫେରାର ହୋଇ ଯାଇଥିଲେ ହିମାଂଶୁ । ଏନେଇ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜେଲର ମାନସ ରଞ୍ଜନ ସାମନ୍ତ । ୨୦୧୯ ମସିହାରେ ନିଜ ସ୍ତ୍ରୀକୁ ହତ୍ୟା କରି ବିଚାରଧୀନ କଏଦୀ ଥିଲେ ହିମାଂଶୁ ନାୟକ ।

Get real time updates directly on you device, subscribe now.