fbpx

Video : ଶ୍ରୀମନ୍ଦିରରୁ ଉଦ୍ଧାର ହେଲା ଆଉ ଏକ ଧଳା ପେଚା, କି ସଂକେତ ଦେଉଛନ୍ତି କି ମହାପ୍ରଭୁ ?

ପୁରୀ (ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରୁ ଗତକାଲି ଏକ ଧଳାପେଚା ଉଦ୍ଧାର କରାଯାଇଥିବାବେଳେ ଆଜି ମଧ୍ୟ ଆଉ ଏକ ଧଳା ପେଚାକୁ ଉଦ୍ଧାର କରାଯାଇଛି । ଏହା ମହାପ୍ରଭୁଙ୍କ ପକ୍ଷରୁ କିଛି ଶୁଭ ସଂକେତ ବୋଲି ଭକ୍ତ ବିଶ୍ୱାସ କରୁଛନ୍ତି । ଧଳାପେଚାଟିକୁ ଶ୍ରୀମନ୍ଦିର ଭିତରେ ଲକ୍ଷ୍ମୀଙ୍କ ମନ୍ଦିର ନିକଟରୁ ଉଦ୍ଧାର କରାଯାଇଛି । ଗତ କାଲି ମା ପେଚାଟିକୁ ଲକ୍ଷ୍ମୀଙ୍କ ମନ୍ଦିର ନିକଟରେ କରାଯାଇଥିଲା । ଆଜି ଛୁଆ ପେଚାଟି ତଳକୁ ଗଳିପଡିଥିବାବେଳେ ହନୁ ଆକ୍ରମଣ କରିବାକୁ ଗୋଡାଉଥିଲା, ଠିକ ସେହି ସମୟରେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ରହିଥିବା ସୁବେଦାର ଯୋଗେଶ ଚନ୍ଦ୍ର ସ୍ୱାଇଁ ଉଦ୍ଧାର କରିଥିଲେ ।

କିଛି ସେବାୟତଙ୍କ ସହଯୋଗରେ ଏକ ବାସ୍କେଟରେ ଧରି ଧଳାପେଚାଟିକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି । ତେବେ ଧଳାପେଚା ମହାଲକ୍ଷ୍ମୀଙ୍କ ବାହନ ବୋଲି ପୌରାଣିକ କିମ୍ବଦନ୍ତୀ ରହିଛି । ମହାଲକ୍ଷ୍ମୀଙ୍କ ପାଦ ନିକଟରେ ପେଚା ରହିଥାଏ । ଏଣୁ ଶ୍ରୀମନ୍ଦିର ପୁଣି ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟରୁ ଉଦ୍ଧାର ହେବାକୁ ନେଇ ଭକ୍ତ ଓ ଦର୍ଶନାଥଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଧଳା ପେଚା ଆଗାମୀ ଦିନରେ କିଛି ଶୁଭସଂକେତ ଆଣିଥାଇ ପାରେ ବୋଲି ସେବାୟତ ସୂଚନା ଦେଇଛନ୍ତି । କାରଣ ଧଳା ପେଚା ଦେଖିବା ଅତ୍ୟନ୍ତ ଶୁଭ ବିବେଚନା କରାଯାଏ ।

Get real time updates directly on you device, subscribe now.