fbpx
BJD SKY
BJD SKY

ଭାରତଠୁ ହାରିବା ପରେ ହାତରୁ ଯିବ ନେତୃତ୍ୱ! ବାବର ଆଜମଙ୍କୁ ନେଇ ଦାବି କଲେ ଦଳର ପୂର୍ବତନ ଅଧିନାୟକ

BJD

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନକୁ ହରାଇବା ପରେ ବିଭିନ୍ନ କାରଣରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଧିରେ ଧିରେ ପୂର୍ବତନ ଖେଳାଳିମାନେ ଏହା ଉପରେ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନରେ ଭାରତ ଏହି ମ୍ୟାଚରେ ବିଜୟ ମୁକୁଟ ପିନ୍ଧିଛି । ଏହି ପରାଜୟ ପରେ ବାବର ଆଜମଙ୍କୁ ଅଧିନାୟକ ପଦରୁ ଇସ୍ତଫା ଦେବା ପାଇଁ ମଧ୍ୟ ଦାବି ଉଠିଛି । ପାକିସ୍ତାନର ପୂର୍ବତନ ଅଧିନାୟକ ସଲୀମ ମଲିକ ବାବରଙ୍କୁ ନେତୃତ୍ୱ ଛାଡିବା ପାଇଁ କହିଛନ୍ତି ।

ଭାରତକୁ ଶେଷ ଓଭରରେ ୧୬ ରନର ଆବଶ୍ୟକତା ଥିବା ବେଳେ ମହମ୍ମଦ ନୱାଜଙ୍କୁ ବଲ ଦେଇଥିଲେ ବାବର । ପୂର୍ବ ଓଭରଗୁଡିକରେ ନୱାଜ ଖୁବ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଏହାପରେ ସୁଦ୍ଧା ବାବର ତାଙ୍କୁ ଶେଷ ଓଭର ଦେଇଥିଲେ । ଫଳରେ ନୋ ବଲ, ୱାଇଡ ଏବଂ ଫ୍ରି ହିଟ ଭଳି ବଲ ଫିଙ୍ଗି ମ୍ୟାଚର ଗତି ବଦଳାଇ ଦେଇଥିଲେ । ଏକଦା ଏହି ମ୍ୟାଚରେ ପାକିସ୍ତାନର ବିଜୟ ସୁନିଶ୍ଚିତ ଲାଗୁଥିବା ବେଳେ ଶେଷରେ ଫଳାଫଳ କିନ୍ତ କିଛି ଅଲଗା ହୋଇଥିଲା । ଏହି ଘଟଣାକୁ ନେଇ ଟ୍ରୋଲର ଶିକାର ହେଉଛନ୍ତି ଅଧିନାୟକ ବାବର ଆଜମ । ପାକିସ୍ତାନର ପୂର୍ବ ଅଧିନାୟକ ସଲୀମ ମଲିକ ମଧ୍ୟ ବାବରଙ୍କ ଉପରେ ନିରାଶ ଦେଖାଇଛନ୍ତି ।

ଏଭଳି ପରିସ୍ଥିତିରେ ବୋଲରଙ୍କ ପାଖରେ ଜଣେ ସିନିୟର ଖେଳାଳି ରହିବା ଆବଶ୍ୟକ । ତେଣୁ ପେସ ବୋଲରଙ୍କ ପାଖରେ ଜଣେ ସିନିୟର ଖେଳାଳି ରହିବା ଆବଶ୍ୟକ ବୋଲି କୁହାଯାଏ । ତେବେ ଏତେ ଦିନ କ୍ରିକେଟ ଖେଳିସାରିବା ପରେ ମଧ୍ୟ ବାବର ଏହି କଥା ଯଦି ଜାଣିପାରୁନାହାନ୍ତି, ତେବେ ସେ ନେତୃତ୍ୱ ଛାଡିଦେବା ଉଚିତ ବୋଲି କହିଛନ୍ତି ସଲୀମ । ତେବେ ଏହି ଘଟଣା ଭାରତ ବିପକ୍ଷ ମ୍ୟାଚରେ ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ଏହି ଭୁଲକୁ କରିସାରିଛନ୍ତି ବାବର । ଯାହାକୁ ନେଇ ସଲୀମ ନିରାଶା ପ୍ରକାଶ କରିଛନ୍ତି । ତାଙ୍କ ବ୍ୟତୀତ ଅନ୍ୟ ପୂର୍ବତନ ଖେଳାଳି ମଧ୍ୟ ବାବରଙ୍କୁ ଅଧିନାୟକ ପଦ ଛାହିବା ପାଇଁ ପରାମର୍ଶ ଦେଇସାରିଛନ୍ତି ।

Get real time updates directly on you device, subscribe now.