fbpx
BJD SKY
BJD SKY

ଶ୍ରୀଲଙ୍କା ଆଗରେ ଆସିଲା ଷ୍ଟୋଇନିସ ଝଡ: ବିଶ୍ୱକପରେ ପ୍ରଥମ ବିଜୟ ହାସଲ କଲା ଡିଫେଣ୍ଡିଂ ଚମ୍ପିଆନ

BJD

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କାକୁ ହରାଇ ପ୍ରଥମ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଷ୍ଟାର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ଝଡରେ ଚିତପଟାଙ୍ଗ ହୋଇଛି ଶ୍ରୀଲଙ୍କା । ପରାଜୟର ନାଗଫ।।ରେ ଫସିତିବା ବେଳେ ଦେବଦୂତ ହୋଇ ଆସି ଦଳକୁ ବିଜୟ ଭେଟି ଦେଇଛନ୍ତି ଷ୍ଟୋଇନିସ । ଏହାସହିତ ଶ୍ରୀଲଙ୍କା ବିଜୟର ସବୁ ଖୁସି ଏବଂ ଆଶାକୁ ତୋଫାନସମ ବ୍ୟାଟିଂରେ ସେ ଉଡାଇ ଦେଇଛନ୍ତି । ଏହି ମ୍ୟାଚକୁ ୭ ୱିକେଟରେ ବିଜୟ ହାସଲ କରିଛି ଗତବର୍ଷର ଚମ୍ପିଆନ ଅଷ୍ଟ୍ରେଲିଆ ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୧୫୮ ରନର ଲକ୍ଷ୍ୟ ଦେଇଥିଲା ଶ୍ରୀଲଙ୍କା । କିନ୍ତୁ ଏହି ସ୍କୋରକୁ ବି ହାସଲ କରିବାରେ ଫସି ଯାଇଥିଲା ଅଷ୍ଟ୍ରେଲିଆ । ଏବଂ ଶ୍ରୀଲଙ୍କା ବିଜୟ ଆଡକୁ ଅଗ୍ରସର ହେଉଥିଲା । କିନ୍ତୁ ହଠାତ ଶ୍ରୀଲଙ୍କା ଏବଂ ଦଳର ବିଜୟ ମଝିରେ ଆସି ଯାଇଥିଲେ ଅଷ୍ଟ୍ରେଲିଆର ଷ୍ଟାଇଲିସ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ । ତାଙ୍କ ସହ ଶ୍ରୀଲଙ୍କା ଦଳ ପାଇଁ ଆସିଥିଲା ଏକ ବିଶାଳ ଝଡ । ଯାହା ଶ୍ରୀଲଙ୍କାର ସହଜ ବିଜୟକୁ ଛଡାଇ ନେଇଥିଲା । ଏହାସହିତ ଚଳିତ ବିଶ୍ୱକପରେ ଦଳକୁ ପ୍ରଥମ ବିଜୟ ଭେଟି ଦେଇଛନ୍ତି ଷ୍ଟୋଇନିସ । ଲଗାତାର ଶ୍ରୀଲଙ୍କା ବୋଲର ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପରେ ଚାପ ପକାଇ ରଖିଥିଲେ । ଗ୍ଲେନ ମ୍ୟାକ୍ସୱେଲ ଦଳକୁ ସମ୍ଭାଳିବାକୁ ଚେଷ୍ଟା କରୁଥିବା ବେଳେ ମ୍ୟାଚରେ ଟ୍ୱିଷ୍ଟ ଆଣିଛନ୍ତି ଷ୍ଟୋଇନିସ ।

ହଠାତ ନିଜ ବ୍ୟାଟିଂର ଗିଅର ଚେଞ୍ଜ କରି ମାତ୍ର ୧୭ ବଲରେ ଷ୍ଟୋଇନିସ ହାସଲ କରିଥିଲେ ଅର୍ଦ୍ଧଶତକ । ମୋଟ ୧୮ ବଲ ଖେଳିଥିବା ବେଳେ ଏଥିରେ ୬ଟି ଛକା ଏବଂ ୪ ଚୌକା ସହ ୫୯ ରନର ଏକ ଧୂଆଁଦାର ଇନିଂସ ଖେଳିଛନ୍ତି । ମାତ୍ର ୮୯ ରନରେ ମୂଲ୍ୟବାନ ୩ ୱିକେଟ ହରାଇ ଅଷ୍ଟ୍ରେଲିଆ ଚିନ୍ତାରେ ପଡି ଯାଇଥିଲା । କିନ୍ତୁ ଏହି ମ୍ୟାଚକୁ ଶେଷରେ ଅଷ୍ଟ୍ରେଲିଆ ହାତରେ ବିଜୟ ଭେଟି ଦେଇଛନ୍ତି ଷ୍ଟୋଇନିସ । ତାଙ୍କ ବ୍ୟତୀତ ଅଧିନାୟକ ଆରୋନ ଫିଞ୍ଚ ୩୧ ଏବଂ ମ୍ୟାକ୍ସୱେଲ ୨୩ ରନ କରିଛନ୍ତି । ତେବେ ଏହି ମ୍ୟାଚକୁ ୭ ୱିକେଟରେ କବଜା କରିଛି ଅଷ୍ଟ୍ରେଲିଆ । ଏହା ସହିତ ଚଳିତ ବିଶ୍ୱକପର ପ୍ରଥମ ବିଜୟ ହାସଲ କରିଛି ଗତ ବର୍ଷର ଚମ୍ପିଆନ ।

Get real time updates directly on you device, subscribe now.