fbpx

Romantic Look ଦେଉଥିଲା ସୂର୍ଯ୍ୟପରାଗ: ପ୍ରକୃତିର ଖେଳରେ ବଦଳିଗଲା ଆକାଶର ରଙ୍ଗ ଆଉ ପରିବେଶ

ଆକାଶ ପୁରା ରଙ୍ଗିନ୍ । ରୋମାଣ୍ଟିକ ରୋମାଣ୍ଟିକ୍ ଲାଗୁଥିଲା ଆଜିର ଆକାଶଟା । ସୂର୍ଯ୍ୟ ବି କହୁଥିଲା ଆଜି ମୁଁ ତୁମ ପାଇଁ ଉତ୍ତପ୍ତ ହେବିନି । ମୁଁ ଆଜି ପୁରା ଶୀତଳ ପାଲଟି ଯିବି ତୁମ ପାଇଁ । ସୂର୍ଯ୍ୟଙ୍କର କଅଁଳ କିରଣରେ ଆକାଶଟା ତା ରଙ୍ଗକୁ ବଦଳାଇ ଦେଇଥିଲା । ମନଲୋଭା ରୋମାଞ୍ଚକର ରଙ୍ଗିନ୍ ରଙ୍ଗିନ । ସୂର୍ଯ୍ୟ ଏବଂ ଆକାଶ ଏ ରୋମାଣ୍ଟିକ ଦୃଶ୍ୟକୁ ଦେଖିଲେ ଆପଣଙ୍କର ମନ ବି କହିବ କିଛି କ୍ଷଣ ପ୍ରେମ କରିବାକୁ । ଟିକେ ପ୍ରେମିକାର ରଙ୍ଗିନ୍ ହୃଦୟରେ ହଜିଯିବାକୁ ।

ତେବେ ସୂର୍ଯ୍ୟ ପରାଗ ସମୟରେ ପୁରା ଓଡ଼ିଶାରେ ଏମିତି ଥିଲା ସୂର୍ଯ୍ୟଙ୍କ ପାଇଁ ପୁରା ଆକାଶର ରଙ୍ଗ । ଯାହାକୁ ଦେଖିଲେ ପୁରା ରୋମାଞ୍ଚକର ଲୁଗୁଥିଲା । ସୂର୍ଯ୍ୟଙ୍କର ରଙ୍ଗରେ ଓଡ଼ିଶାର ଆକାଶ ବି ପୁର ଲାଲ ଲାଗୁଥିଲା । ଏହା ଆଂଶିକ ସୂର୍ଯ୍ୟ ପରାଗ ଥିଲା ସେଥିପାଇଁ ସୂର୍ଯ୍ୟ ପୂରା ଲୁଚିନଥିଲେ । ଯେଉଁଥି ପାଇଁ ଏମିତି କିଛି ଚିତ୍ର ଦେଖିବାକୁ ମିଳିଥିଲା । ଏଭଳି ଦୃଶ୍ୟ ପୁରା ଓଡ଼ିଶାର ଆକାଶରେ ଦେଖାଯାଇଥିଲା ।

ଓଡ଼ିଶାର ମେଘ ମୁକ୍ତ ଆକାଶରେ ଛାଇ ଆଲୁଅର ଖେଳ । ଚନ୍ଦ୍ରର ଆଢ଼ୁଆଳରେ ରହିଲେ ସକଳ ଶକ୍ତିର ଆଧାର । ଦୃଶ୍ୟମାନ ହେଲା ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ । ମହାକାଶରେ ଏହି ଛାଇ ଆଲୁଅର ଖେଳ ଏସିଆ ଏବଂ ୟୁରୋପରେ ପରିଲକ୍ଷିତ ହୋଇଥିଲା । ୟୁରୋପରେ ସୂର୍ଯ୍ୟପରାଗ ଅଧିକ ପରିମାଣରେ ଦେଖାଯାଇଥିବା ବେଳେ ଏସିଆରେ ଏହା ଆଂଶିକ ଭାବରେ ଦେଖାଯାଇଥିଲା । ତେବେ ଓଡ଼ିଶାର ଆକାଶରେ ମଧ୍ୟ ଆଂଶିକ ସୂର୍ଯ୍ୟପରାଗ ପୁରା ଦୃଶ୍ୟମାନ ହୋଇଥିଲା । ଓଡ଼ିଶାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ (ଆଂଶିକ) ସୂର୍ୟ୍ୟୋପରାଗ ଅପରାହ୍ନ ୪.୫୬ ମିନିଟ ୫୨ ସେକେଣ୍ଡରେ ସ୍ପର୍ଶ କରିଥିଲା। ଏହା ସନ୍ଧ୍ୟା ୬ଟା ୨୬ ମିନିଟ ୫୨ ସେକେଣ୍ଡରେ ମୋକ୍ଷ ପ୍ରାପ୍ତି ହୋଇଥିଲା। ମାତ୍ର ସୂର୍ୟ୍ୟୋପରାଗର କାଳ ପରାଗ ଲାଗିବା ପୂର୍ବରୁ ଆରମ୍ଭ ହୋଇଯାଇଥିଲା।

Get real time updates directly on you device, subscribe now.