fbpx

ଚାଲୁ ଚାଲୁ ରାହୁଲ ଗାନ୍ଧୀ କାହିଁକି ଧରିଲେ ହାତ ? ନିଜେ କାରଣ ଦର୍ଶାଇଲେ ଅଭିନେତ୍ରୀ ପୁନମ କୌର

ନୂଆଦିଲ୍ଲୀ: ତେଲେଙ୍ଗାନାରେ ଭାରତ ଯୋଡୋ ଯାତ୍ରା ସମୟରେ ଅଭିନେତ୍ରୀ ପୁନମ କୌରଙ୍କ ହାତ ଧରିଥିବା ରାହୁଲ ଗାନ୍ଧୀଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ରାଜନୀତି ସରଗରମ। ବିଜେପି ଏବଂ କଂଗ୍ରେସ ମଧ୍ୟରେ ଚାଲିଛି ବାକ୍ ଯୁଦ୍ଧ। ଶନିବାର ବିଜେପି ନେତା ପ୍ରୀତି ଗାନ୍ଧୀ ଉକ୍ତ ଫଟୋ ପୋଷ୍ଟ କରି ରାହୁଲଙ୍କ ପ୍ରତି ଅପମାନଜନକ ଟିପ୍ପଣୀ କରିଥିଲେ। ଆଉ ପୁନମ କୌର ମଧ୍ୟ ଏହାର ଜବାବ ଦେଇଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ, ରାହୁଲ ଗାନ୍ଧୀ ତାଙ୍କ ହାତ କାହିଁକି ଧରିଥିଲେ। ଯେବେ ସେ ପଡିବା ସ୍ଥିତିରେ ଥିଲେ ସେହି ସମୟରେ ରାହୁଲ ଗାନ୍ଧୀ ତାଙ୍କ ହାତ ଧରି ସମ୍ଭାଳିଥିଲେ। ବିଜେପି ଅଯଥା ଅପମାନ ଦେଉଛି। ମନେ ରଖନ୍ତୁ ଯେ, ପ୍ରଧାନମନ୍ତ୍ରୀ ନାରୀ ଶକ୍ତିର କଥା କହୁଛନ୍ତି।

ଅନ୍ୟପଟେ ଜୟରାମ ରମେଶ ପ୍ରୀତି ଗାନ୍ଧୀଙ୍କୁ ବିକୃତ ଏବଂ ମାନସିକ ରୋଗୀ ମହିଳା ଆଖ୍ୟା ଦେଇଛନ୍ତି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ କହିଛନ୍ତି, ରାହୁଲ ଗାନ୍ଧୀ ବାସ୍ତବରେ ତାଙ୍କ ଜେଜେ ବାପାଙ୍କ ପଥରେ ଚାଲୁଛନ୍ତି ଏବଂ ଦେଶକୁ ଏକଜୁଟ୍ କରୁଛନ୍ତି। ପବନ ଖେଡା ଲେଖିଛନ୍ତି, ପ୍ରୀତି ଗାନ୍ଧୀ ଆପଣଙ୍କୁ ଚିକିତ୍ସାର ଆବଶ୍ୟକତା ରହିଛି। ଆପଣଙ୍କ ମାନସିକ ସ୍ଥିତି ଆପଣଙ୍କ ପରିବାର ଏବଂ ବନ୍ଧୁଙ୍କ ପାଇଁ ହାନୀକାରକ ସାବ୍ୟସ୍ତ ହୋଇପାରେ।

ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀର ନେତା ପ୍ରିୟଙ୍କା ଚତୁର୍ବେଦୀ ପୁନମଙ୍କ ସପକ୍ଷରେ ଆଗକୁ ଆସିଛନ୍ତି। ସେ କହିଛନ୍ତି, ଆପଣଙ୍କ ଅର୍ଥ କଣ। ମହିଳାଙ୍କୁ କଣ ପୁରୁଷ ସହ ତାଳ ଦେଇ ଚାଲିବାର ଅଧିକାର ନାହିଁ। ସେମାନଙ୍କୁ ରାଷ୍ଟ୍ରକୁ ଆଗକୁ ନେଇଯିବା ପାଇଁ ପ୍ରେରିତ କରିବା ଉଚିତ୍। ସମସ୍ତ ସ୍ଵାଧୀନତା ସଂଗ୍ରାମୀଙ୍କ ସମାନ ଭାରତର ସ୍ଵପ୍ନକୁ ସାକାର କରାଯିବ। ଦୟାକରି ପ୍ରୀତି ଗାନ୍ଧୀ ବସି ପଡନ୍ତୁ।

ସୂଚନାଯୋଗ୍ୟ, ଅଭିନେତ୍ରୀ ପୁନମ କୌର ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହୋଇ ରାହୁଲ ଗାନ୍ଧୀଙ୍କ ସହ ଚାଲିଛନ୍ତି। ସେ ଲେଖିଛନ୍ତି, ମହିଳାଙ୍କ ପ୍ରତି ତାଙ୍କ ଚିନ୍ତାଧାରା, ସମ୍ମାନ ଏବଂ ସୁରକ୍ଷାତ୍ମକ ସ୍ଵଭାବ ମୋର ହୃଦୟକୁ ଛୁଇଁ ଯାଇଛି। ମୁଁ ବୁଣାକାରଙ୍କ ଦଳ ସହିତ ରାହୁଲ ଗାନ୍ଧୀଙ୍କୁ ବୁଣାକାରଙ୍କ ପ୍ରସଙ୍ଗ ଉପରେ ଆଲୋଚନା କରିଥିବାରୁ ହୃଦୟରୁ ଧନ୍ୟବାଦ ଦେଉଛି।

Get real time updates directly on you device, subscribe now.