fbpx
BJD SKY
BJD SKY

(Video) BMC ଅଳିଆ ବୁହା ଗାଡ଼ି ଧକ୍କାରେ ଯୁବକଙ୍କ ପ୍ରାଣ ଗଲା: ୫ ଲକ୍ଷ ସହାୟତା, ଜଣକୁ ଚାକିରି, ପ୍ରତିଶ୍ରୁତି ଦେଲେ ମେୟର

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଆଜି ଘଟିଛି ଏକ ଦୁର୍ଘଟଣା । ଦାରୁଠେଙ୍ଗ ଡମ୍ପିଂ ୟାର୍ଡ ରାସ୍ତାରେ ଆଜି ଅଳିଆବୁହା ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି । ଗତ ଅଗଷ୍ଟ ମାସରେ ସେଠାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ପୁଣି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

ତେବେ ସାଇକେଲ ଆରୋହୀଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଗ୍ରାମବାସୀମାନେ ଏକତ୍ର ହୋଇ ରାସ୍ତା ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଉପରେ ଧାରଣାରେ ବସିଛନ୍ତି । ମୃତ ବ୍ୟକ୍ତିଙ୍କ ଘର ବାରଙ୍ଗ ବ୍ଲକ ଅଧିନସ୍ଥ ରାମଦାଶପୁର ପଞ୍ଚାୟତର ବେଣ୍ଟୁଆ ବସ୍ତିରେ । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଏହି ଦୁର୍ଘଟଣା ପରେ ଦାରୁଠେଙ୍ଗ ଠାରେ ସାମୟିକ ଭାବେ ଅଳିଆ ବୁହା କାର୍ଯ୍ୟ ବନ୍ଦ ରହିଥିଲା । ଖବର ପାଇ ଜଟଣୀ ବିଧାୟକ ସୁର ରାଉତରାୟ, ବିଏମସି ମେୟର ସୁଲୋଚନା ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ । ମେୟର ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପାଇଁ ଉଦ୍ୟମ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଟ୍ରାଫିକ ସମସ୍ୟା, ଗାଡ଼ିର ଫିଟନେସ ଆଦି ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୁଲୋଚନା କହିଥିଲେ ।

ମେୟର, କମିସନର ନିଶ୍ଚିତ ଭାବେ ସେମାନଙ୍କର ପ୍ରତିଶ୍ରୁତି ପୂରଣ କରିବେ ବୋଲି ଆମର ଭରସା ରହିଛି । ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ, ପରିବାରର ଜଣଙ୍କୁ ଠିକା ନିଯୁକ୍ତି ମିଳିବ ବୋଲି ମେୟର ପ୍ରତିଶ୍ରୁତି ଦେଇଛନ୍ତି । ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ ଅଳିଆ ପଡ଼ିବ ନାହିଁ । ବିନା ଲାଇସେନ୍ସରେ ଚାଲୁଥିବା ଗାଡ଼ିକୁ ଚେକ୍ କରି ବ୍ୟବହାର କରାଯିବ ବୋଲି କହିଛନ୍ତି ଜଟଣୀ ବିଧାୟକ ।

Get real time updates directly on you device, subscribe now.