fbpx

ସଲମାନଙ୍କୁ ହତ୍ୟା ଧମକ: ଗ୍ୟାଙ୍ଗଷ୍ଟର ଧମକ ପରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ବଲିଉଡ ଦବଙ୍ଗ ଷ୍ଟାର ତଥା ଭାଇଜାନ୍ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ରହିଛି । ତାଙ୍କୁ ମିଳିଛି ଗ୍ୟାଙ୍ଗଷ୍ଟର ତରଫରୁ ଧମକ । ତେଣୁ ଧମକ ମିଳିବା ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇ ତାଙ୍କୁ ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି । ମୁମ୍ବାଇ ପୋଲିସର ପ୍ରୋଟେକ୍ସନ ବ୍ରାଞ୍ଚ ପକ୍ଷରୁ ସଲମାନଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି । ପୂର୍ବରୁ ସଲମାନଙ୍କୁ ‘ଏକ୍ସ’ କ୍ୟାଟୋଗୋରୀ ସିକ୍ୟୁରିଟି ପ୍ରଦାନ କରାଯାଇଥିଲା ।

ବଲିଉଡ ଅଭିନେତା ସଲମାନଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ମୁମ୍ବାଇ ପୋଲିସ ପକ୍ଷରୁ ତାଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଛି । ନିକଟରେ ସଲମାନଙ୍କୁ ଲରେନ୍ସ ବିଷ୍ନୋୟୀ ଗ୍ୟାଙ୍ଗ ତରଫରୁ ଧମକ ମିଳିଥିଲା । ଏହାପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଲମାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିଲା । ମାତ୍ର ଅଭିନେତାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ଏବେ ତାଙ୍କର ସୁରକ୍ଷାକୁ ପୂର୍ବାପେକ୍ଷା ଅଧିକ ଟାଇଟ୍ କରି ଦିଆଯାଇଛି ।

ଅଭିନେତାଙ୍କୁ ହତ୍ୟା ଧମକ ମିଳିବା ପରେ ତାଙ୍କୁ ‘ଏକ୍ସ’ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଥିଲା । ମାତ୍ର ଏବେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇ ତାଙ୍କୁ ‘ୱାଇ’ କ୍ୟାଟେଗୋରୀ ସିକ୍ୟୁରିଟି ପ୍ରଦାନ କରାଯାଇଛି । ପୂର୍ବରୁ ଜଣେ ପୋଲିସ ଗାର୍ଡ ହତିଆର ସହିତ ସଲମାନଙ୍କ ପାଖରେ ରହୁଥିବା ବେଳେ ଏବେ ଦୁଇଜଣ ପୋଲିସ ଗାର୍ଡ ସଲମାନଙ୍କୁ ୨୪ ଘଣ୍ଟିଆ ଜଗି ରହି ତାଙ୍କୁ ସୁରକ୍ଷା ପ୍ରଦାନ କରିବେ ।

Get real time updates directly on you device, subscribe now.