fbpx

ଚନ୍ଦ୍ରଗ୍ରହଣ ସମୟରେ ଭୁଲରେ କରନ୍ତୁ ନାହିଁ ଏହି କାମ; ନଚେତ ହୋଇପାରେ ଅନେକ ସମସ୍ୟା

ନୂଆଦିଲ୍ଲୀ: ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ର ଗ୍ରହଣକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ । ଏହି ସମୟରେ ଦେବ ନୀତି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କାର୍ଯ୍ୟ ରହିଥାଏ , ଯାହା କରିବାକୁ ବାରଣ କରାଯାଇଥାଏ । ତେବେ ଚଳିତ ବର୍ଷ ଏହି ଚନ୍ଦ୍ର ଗ୍ରହଣ ନଭେମ୍ବର ୮ ତାରିଖ ଅର୍ଥାତ ଦେବ ଦୀପାବଳି ଦିନ ପଡୁଥିବାବେଳେ ଏହା ଭାରତର କେବଳ ପୂର୍ବଭାଗରେ ଦୃଶ୍ୟମାନ ହେବ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭାରତେ ୪୦ ରୁ ୪୫ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବାକୁ ଥିବା ଏହି ଚନ୍ଦ୍ର ଗ୍ରହଣ ସମୟରେ ଏପରି କିଛି କାର୍ଯ୍ୟ ରହିଥାଏ ଯାହାକୁ କରିବାକୁ ବାରଣ କରାଯାଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ବିଷୟରେ…

ଗ୍ରହଣ ସମୟରେ କରନ୍ତୁ ନାହିଁ ଏହି କାର୍ଯ୍ୟ:

ଗର୍ଭବତୀ ମହିଳାଙ୍କ ଧ୍ୟାନ ରଖନ୍ତୁ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମକୁ ଏକ ଅଶୁଭ ଘଟଣା ବୋଲି ବିବେଚନା କରାଯାଇଥାଏ । ତେଣୁ ଏହି ସମୟରେ ଗର୍ଭବତୀ ମହିଳାମାନଙ୍କୁ ବିଶେଷ ଧ୍ୟାନ ରଖିବାକୁ କୁହାଯାଇଥାଏ । ଏହି ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଘରୁ ବାହାରକୁ ଆସିବା ଉଚିତ୍ ନୁହେଁ । କାରଣ ଚନ୍ଦ୍ରଗ୍ରହଣର ନକରାତ୍ମକ ପ୍ରଭାବ ଜନ୍ମହେବାକୁ ଥିବା ପିଲା ଉପରେ ପଡିଥାଏ । ଏତତ୍ ବ୍ୟତୀତ ଏହି ସମୟରେ ସେମାନଙ୍କୁ କାମ କରିବାକୁ ମଧ୍ୟ ବାରଣ କରାଯାଇଥାଏ । ତଣୁ ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଏହି ସମବୁ କଥା ମିନିବା ଆବଶ୍ୟକ ।

ଖାଦ୍ୟ ସେବନ କରନ୍ତୁ ନାହିଁ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ ନକରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ପାଇଥାଏ । ତେଣୁ ଏହି ସମୟରେ ଭୋଜନ ପ୍ରସ୍ତୁତ କରିବା କିନ୍ୱା ଏହାକୁ ସେବନ କରିବା ଉଚିତ୍ ନୁହେଁ । ତେବେ ଏପରି କରିବା ଦ୍ୱାରା ଘରେ ବିଭିନ୍ନ ପ୍ରକାର ସମସ୍ୟା ସୃା୍ଟି ହୋଇଥାଏ

ଶୁଅନ୍ତୁ ନାହିଁ: ଶାସ୍ତ୍ର ମତରେ ଚନ୍ଦ୍ର ଗ୍ରହଣ ସମୟରେ ଶୋଇବା ଅଶୁଭ ହୋଇଥାଏ । ତେଣୁ ଏହି ସମୟରେ ଶୋଇବା ଉଚିତ୍ ନୁହେଁ । ଗ୍ରହଣ ସମସୟରେ ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଗ୍ରହଣ ସମୟରେ କେବଳ ଭଗବାନଙ୍କ ନାମ ସ୍ମରଣ କରିବା ଆବଶ୍ୟକ ।

Get real time updates directly on you device, subscribe now.