fbpx

ଟ୍ୱିଟରରେ ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ ଏଲନ୍ ମସ୍କଙ୍କ ବଡ ଘୋଷଣା: ଦୈନିକ ୧୨ ଘଣ୍ଟା ସହ ଏତିକି ଦିନ କରିବେ କାମ

ନୂଆଦିଲ୍ଲୀ: ଏଲନ ମସ୍କ ଟ୍ୱିଟରକୁ କିଣି ସାରିବା ପରେ ଏବେ ଜବରଦସ୍ତ ଆକ୍ସନମୋଡରେ ଅଛନ୍ତି । ସେ ଗୋଟିଏ ପରେ ଗୋଟିଏ ବଡ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେ ପୂର୍ବରୁ ଟ୍ୱିଟରକୁ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ବର୍ତ୍ତମାନ କର୍ମଚାରୀମାନଙ୍କୁ ନେଇ ଏକ ଘୋଷଣା କରିଛିନ୍ତି । ଯାହାକୁ ଜାଣିବା ପରେ କର୍ମଚାରୀମାନଙ୍କ ଚିନ୍ତା ବଢିଛି । ଏଲନ୍ ମକ୍ସ ପ୍ରଥମେ ଟ୍ୱିଟରର ସିଇଓ ପରାଗ ଅଗ୍ରୱାଲଙ୍କ ଛଟେଇ ପରେ ଏବେ ଆଉ ଏକ କାର୍ଯ୍ୟନୁଷ୍ଠାନ ନେଇଛନ୍ତି ।

CNBCସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏଲନ ମସ୍କ କିଛି ଟ୍ୱିଟର ଇଞ୍ଜିନିୟରଙ୍କୁ ଦୈନିକ ୧୨ ଘଣ୍ଟା ଏବଂ ସପ୍ତାହକ ସାତ ଦିନ କାମ କରିବାକୁ କୁହାଯାଇଛି। ଟ୍ୱିଟର ପରିଚାଳକମାନେ କର୍ମଚାରୀମାନଙ୍କୁ କହିଛନ୍ତି ଯେ ଏଲୋନ୍ ମସ୍କଙ୍କ ନୂତନ ନିଷ୍ପତ୍ତିଗୁଡ଼ିକୁ ଠିକ୍ ସମୟରେ ପୂରଣ କରିବା ପାଇଁ ସେମାନଙ୍କୁ ଅଧିକ ଘଣ୍ଟା କାମ କରିବାକୁ ପଡିବ। ଏଥିସହିତ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଯଦି କର୍ମଚାରୀମାନେ ଆବଶ୍ୟକତା ପୂରଣ କରିବାରେ ବିଫଳ ହୁଅନ୍ତି ତେବେ ସେମାନେ ଚାକିରି ହରାଇ ପାରନ୍ତି ।

ତେବେ କର୍ମଚାରୀମାନଙ୍କୁ ଅଧିକ ସମୟ କାର୍ଯ୍ୟ ପାଇଁ ଅଧିକ ଦରମା କିମ୍ବା ଚାକିରି ସୁରକ୍ଷା ବିଷୟରେ କିଛି ଆଲୋଚନା ନକରି ଅଧିକ କାମ କରିବାକୁ କୁହାଯାଇଛି। ଯାହାକି ନଭେମ୍ବର ପହିଲାରୁ ସେମାନଙ୍କ କାର୍ଯ୍ୟ କରିବାର ସମୟସୀମା ବଢାଇ ଦିାଯାଇଥିବା ଜଣାଯାଇଛି। ଏଥିସହିତ ଏଲନ ମସ୍କ କର୍ମଚାରୀମାନଙ୍କୁ ତାଙ୍କ ନିର୍ଦ୍ଦେଶ ପାଳନ କରିବାକୁ ବାଧ୍ୟ କରୁଛନ୍ତି ଯେଉଁ କର୍ମଚାରୀ ତାଙ୍କର ଏହି ନିର୍ଦ୍ଦେଶ ପାଳନ ନ କରିବେ ତାଙ୍କୁ ୫୦ ପ୍ରତିଶତ ଛଟେଇର ଧମକ ଦେଉଛନ୍ତି । ଏତତ୍ ବ୍ୟତୀତ ଟ୍ୱିଟରରେ ବ୍ଲୁ ଟିକ୍ ସବସ୍କ୍ରିପସନ୍ସର ମୂଲ୍ୟ ବୃଦ୍ଧି କରିବାକୁ ଏବଂ ଏହାର ଯାଞ୍ଚ ପ୍ରକ୍ରିୟାକୁ ପୁନଃ ବିଚାର କରିବାକୁ ଏଲୋନ୍ ମସ୍କ ଯୋଜନା କରିଛନ୍ତି । ଏଥିପାଇଁ ମସ୍କ ଟ୍ୱିଟର ଇଞ୍ଜିନିୟମାନଙ୍କୁ ପେଡ ସବସ୍କ୍ରିପସନ୍ସ ଫିଚର ଆରମ୍ଭ କରିବାକୁ ନଭେମ୍ବର ୭ତାରିଖ ପର୍ଯ୍ୟନ୍ତ ଏକ ସମୟସୀମା ଦେଇଛନ୍ତି । ଏହି ସମୟ ମଧ୍ୟରେ ଯଦି କର୍ମଚାରୀମାନେ ତାଙ୍କର ନିର୍ଦ୍ଦେଶକୁ ପୁରଣ କରି ନ ପାରନ୍ତି ତେବେ ସେମାନେ ଚାକିରୀ ହରାଇବେ ବୋଲି ଜଣା ପଡିଛି ।

Get real time updates directly on you device, subscribe now.