fbpx

ଧାମନଗର ଉପନିର୍ବାଚନ: ୧୧ଟା ସୁଦ୍ଧା ୨୨.୩୬% ମତଦାନ

ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସକାଳ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଏବେ ୨୫୨ଟି କେନ୍ଦ୍ରରେ ମତଦାନ ଚାଲିଛି । ତେବେ ଧାମନଗର ଉପନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ମତଦାନ ସନ୍ଧ୍ୟା ୭ଟା ଯାଏଁ ଚାଲିବ ।

ମୋଟ୍ ୨ ଲକ୍ଷ ୩୮ ହଜାର ୪୧୭ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୩ ହଜାର ୩୮ ଜଣ ପୁରୁଷ ଭୋଟର ରହିଥିବାବେଳେ ୧ ଲକ୍ଷ ୧୫ ହଜାର ୩୪୬ ଜଣ ମହିଳା ଭୋଟର ରହିଛନ୍ତି । ମୋଟ୍ ୨୫୨ଟି ବୁଥରେ ମତଦାନ ଚାଲିଛି । ୧୧୦ଟି ସମ୍ବେଦନଶୀଳ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୫ଟି ମଡେଲ୍ ବୁଥ୍ ଓ ୫ଟି ପିଙ୍କ୍ ବୁଥ୍ ରହିଛି ।

ଅନ୍ୟପଟେ ଉପନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ପୁଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ ହୋଇଛି । ଧାମନଗର ଉପନିର୍ବାଚନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୩୯ ନମ୍ବର ବୁଥର ପୁଲିଂ ଅଫିସର ହେଉଛନ୍ତି ନଟବର । ଏନେଇ ଭଦ୍ରକ ଜିଲ୍ଲାପାଳ ସିଦେ୍ଧଶ୍ୱର ବନ୍ଦାଳ ସୂଚନା ଦେଇଛନ୍ତି । ତାଙ୍କର କହିବା ମୁତାବକ, ‘ଗତକାଲି ନଟବରଙ୍କ ଦେହ ଅସୁସ୍ଥ ହୋଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏସସିବି ପଠାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପୁଲିଂ ଅଫିସରଙ୍କର ମୃତ୍ୟୁ ହୋଇଥିଲା ।’

Get real time updates directly on you device, subscribe now.