fbpx

ହ୍ୱାଟ୍ସଆପ ଫିଚରରେ ଆସିଲା ବଡ ପରିବର୍ତ୍ତନ; ଏକା ସହ ୩୨ ଲୋକଙ୍କୁ ହେବ ଭିଡିଓ କଲ , ଗ୍ରୁପରେ ଯୋଡି ହେବେ….

ନୂଆଦିଲ୍ଲୀ: ଆଜିକାଲି ଆଧୁନିକ ସମାଜରେ ସୋସିଆଲ ମିଡିଆର ଚାହିଦା ବୃଦ୍ଧି ପାଇବାର ଲାଗିଛି । ସପିଙ୍ଗ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ମିଟିଙ୍ଗ ସବୁକିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ହେଉଛି । ତେବେ ଏହି ସୋସିଆଲ ମିଡିଆ ମଧ୍ୟରେ ହ୍ୱାଟ୍ସଆପର ଭୂମିକା ଗୁରୁତ୍ୱପୂର୍ଣ୍ଣ । କାହାକୁ ଭିଡିଓ କଲିଙ୍ଗ ହେଉ କିମ୍ବା କାହା ସହ କଥା, ସବୁକିଛି ହ୍ୱାଟ୍ସଆପ୍ ଦ୍ୱାରା ହିଁ ହୋଇଥାଏ । ତେଣୁ ୟୁଜର୍ସମାନଙ୍କ ଚାହିଦାକୁ ଦୃଷ୍ଟି ରଖି କମ୍ପାନୀ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆଣିଥାଏ । ଯାହାକି ହ୍ୱାଟ୍ସଆପ୍ ବ୍ୟବହାରକାରୀମାନଙ୍କୁ ଅନେକ ପ୍ରକାର ଫାଇଦା ଦେଇଥାଏ । ତେବେ କମ୍ପାନୀ ପୂର୍ବରୁ ହ୍ୱାଟ୍ସଆପରେ ଅନେକ ପରିବର୍ତ୍ତନ କରିଥିବା ବେଳେ ବର୍ତ୍ତମାନ ପୁଣି ଏକ ପରିବର୍ତ୍ତନ କରିଛନ୍ତି । ଯାହାକି ୟୁଜର୍ସମାନଙ୍କୁ ଅନେକ ସୁବିଧା ଯୋଗାଇବ । ବର୍ତ୍ତମାନ ଆସନ୍ତୁ ଜାଣିବା କମ୍ପାନୀ ହ୍ୱାଟ୍ସଆପରେ କେଉଁ ପ୍ରକାର ପରିବର୍ତ୍ତନ ଆଣିଛି ।

ସବୁ ଅପେକ୍ଷାର ଅନ୍ତ ଘଟାଇ କମ୍ପାନୀ ହ୍ୱାଟ୍ସଆପରେ ଏକ ଫିଚର ଆରମ୍ଭ କରିବାକୁ ଯାଉଛନ୍ତି । ଯାହାର ନାଁ ନେଉଛି କମ୍ୟୁନିଟିଜ୍ । ତେବେ ଏହି ଫିଚର ରୋଲଆଉଟ୍ ପାଇଁ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି । ଏହା ଆସନ୍ତା କିଛି ମାସ ମଧ୍ୟରେ ହ୍ୱାଟ୍ସଆପରେ ଉପଲବ୍ଧ ହେବ । ତେବେ ଏହି କମ୍ୟୁନିଟିଜ ଫିଚର ସାହାଯ୍ୟରେ ୟୁଜର୍ସମାନେ ଏକାଥରେ ଅନେକ ଗ୍ରୁପ ସହିତ ଯୋଡି ହୋଇପାରିବେ । ଏତତ୍ ବ୍ୟତୀତ ଆଜି ହ୍ୱାଟ୍ସଆପରେ ଆଉ ତିନୋଟି ନୂତନ ଫିଚର ଆରମ୍ଭ କରାଯାଇଛି । ଯେଉଁଥିରେ  ୟୁଜର୍ସମାନେ ଏକକାଳୀନ ପାଖାପାଖି ୩୨ ଜଣଙ୍କ ସହ ଭିଡିଓ କଲ କରିପାରିବେ । ଏଥିସହିତ ସେହି ସମୟରେ ୧୦୨୪ ଜଣ ୟୁଜର୍ସଙ୍କ ସହ ଚାଟିଂ ମଧ୍ୟ କରିପାରିବେ ।

କମ୍ପାନୀର କହିବା ଅନୁଯାୟୀ, କମ୍ୟୁନିଟିଜର ସବୁଠାରୁ ଅଧିକ ଫାଇଦା ସେହି ୟୁଜର୍ସମାନଙ୍କୁ ହେବ ଯେଉଁମାନେ ପରସ୍ପର ସହିତ ଗଭୀର ସମ୍ପର୍କ ରଖୁଛନ୍ତି । ଏତତ୍ ବ୍ୟତୀତ ଯେଉଁମାନେ ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରକାର ମିଟିଙ୍ଗ କିମ୍ବା କ୍ଲାସ କରଛନ୍ତି ସେମାନଙ୍କୁ ମଧ୍ୟ ଏହି ଫିଚର ଅନେକ ପ୍ରକାର ଫାଇଦା ଯୋଗାଇବ । ତେବେ ଏହି କମ୍ୟୁନିଟିଜ ଚାଟକୁ ସୁରକ୍ଷିତ ରଖିବା ପାଇଁ କମ୍ପାନୀ ଆଗକୁ ଅନେକ ପ୍ରକାର ଅପଡେଟ୍ କରିବ ବୋଲି ଜଣା ପଡିଛି ।

Get real time updates directly on you device, subscribe now.