fbpx
BSKY
BJD SHG SKY
BJD MC SKY

Dhamnagar By Election: ଦିନ ୩ଟା ସୁଦ୍ଧା ମତଦାନର ସ୍ଥିତି କିପରି ରହିଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟବାସୀଙ୍କ ନଜର ରହିଛି ଧାମନଗର ଉପନିର୍ବାଚନ ଉପରେ । ଏହି ଉପନିର୍ବାଚନରେ ଜିତିବା ପାଇଁ ଶାସକ ବିଜେଡି, ବିରୋଧୀ ବିଜେପି ଓ କଂଗ୍ରେସ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି । ସକାଳ ୭ଟାରୁ ୨୫୨ଟି କେନ୍ଦ୍ରରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଜାରି ରହିବ । ସକାଳ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଅପରାହ୍ଣ ୩ଟା ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ ହୋଇଛି ।

ତେବେ ଏହି ଉପନିର୍ବାଚନରେ ୨ ଲକ୍ଷ ୩୮ ହଜାର ୪୧୭ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୩ ହଜାର ୩୮ ଜଣ ପୁରୁଷ ଓ ୧ ଲକ୍ଷ ୧୫ ହଜାର ୩୪୬ ଜଣ ମହିଳା ଭୋଟର ରହିଛନ୍ତି । ୧୫ଟି ମଡେଲ ବୁଥ୍ ରହିଥିବା ବେଳେ ୫ଟି ପିଙ୍କ ବୁଥ୍ ରହିଛି । ୧୧୦ଟି ସମ୍ବେଦନଶୀଳ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅନ୍ୟପକ୍ଷରେ ଆଜି ଧାମନଗରରୁ ଏକ ଦୁଃଖଦ ଖବର ଆସିଛି । ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ପୁଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ ଖବର ସମସ୍ତଙ୍କ ମନରେ ନିରାଶା ଖେଳାଇ ଦେଇଛି । ୧୩୯ ନମ୍ବର ବୁଥର ପୋଲିଂ ଅଫିସର ନଟବର ଉପନିର୍ବାଚନ ପୂର୍ବରୁ ପ୍ରାଣ ହରାଇଥିବା ନେଇ ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଥିଲେ । ନଟବରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ସିଇଓ ସୁଶୀଲ ଲୋହାନୀ ସୂଚନା ଦେଇଥିଲେ । ଏଥିସହିତ ପୋଲିଂ ଅଫିସରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ ।

Get real time updates directly on you device, subscribe now.