fbpx

ବ୍ୟାଟ୍ସମ୍ୟାନଙ୍କୁ ଭୁଆଁ ବୁଲିବାକୁ ଚେଷ୍ଟା କରିଥିଲେ ବିରାଟ କୋହଲି, ବାଂଲାଦେଶ ଖେଳାଳି ଆଣିଲେ ବଡ଼ ଅଭିଯୋଗ

ନୂଆଦିଲ୍ଲୀ: ବାଂଲାଦେଶ ୱିକେଟ କିପର ନୁରୁଲ ହାସାନ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ବୁଧବାର ବାଂଲାଦେଶ ବ୍ୟାଟିଂ ସମୟରେ ବିରାଟ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଭୁଆଁ ବୁଲାଇବା ପାଇଁ ଫେକ ଫିଲଡିଂ(ଛଳନା) କରିଥିବା ଅଭିଯୋଗ କରିଛନ୍ତି ନୁରୁଲ ହାସନ। ଯାହାକୁ ମ୍ୟାଚ ସମୟରେ ଅମ୍ପିଆର ଅଣଦେଖା କରିଛନ୍ତି। ଏହାଦ୍ୱାରା ଟି-ଟ୍ୱେଣ୍ଟି ମ୍ୟାଚରେ ସମ୍ଭାବ୍ୟ ୫ ରନ୍ ପେନାଲ୍ଟିରୁ ଭାରତୀୟ ଦଳ ବଂଚିଯାଇଛି। ଗତକାଲି ବର୍ଷା ବାଧାପ୍ରାପ୍ତ ମ୍ୟାଚ ମଝିରେ ବର୍ଷା ହୋଇଥିଲା।

ବର୍ଷା ଛାଡିବାର କିଛି ସମୟ ପରେ ବାଙ୍ଗଲାଦେଶକୁ ୧୬ ଓଭରରେ ୧୫୧ ରନର ଟାର୍ଗେଟ ମିଳିଥିଲା। ତେବେ ଏହି ଲକ୍ଷ୍ୟକୁ ପିଛାକରି ବାଂଲାଦେଶ ବିଜୟଠାରୁ ମାତ୍ର ୫ ରନ ଦୂରରେ ରହିଯାଇଥିଲା। ଏହି ପରିପ୍ରେକ୍ଷୀରେ ବାଂଲାଦେଶ ଅଧିନାୟକ ସକିବ ଅଲ ହାସନ କହିଛନ୍ତି ଯେ, ଭାରତୀୟ କ୍ରିକେଟର ମାନେ ନିଜ ନ୍ୟାୟ ଏବଂ ବର୍ଗ ହରାଇଛନ୍ତି। ସେପଟେ ଅର୍ଶଦୀପ ସିଂହ ଅନ୍ତିମ ଓଭରରେ ନୁରୁଲ ଗୋଟିଏ ଛଅ ଓ ଚୌକା ସହିତ ଶେଷ ମୁହୂର୍ତ ପର୍ଯ୍ୟନ୍ତ ମ୍ୟାଚକୁ ଜୀବନ୍ତ ରଖିଥିଲେ।

ତେବେ ଖେଳ ଶେଷ ହେବା ପାରେ ନୁରୁଲ ପଡିଆର ଅମ୍ପାୟାରଙ୍କୁ ସମାଲୋଚନା କରୁଥିବା ଜଣାପଡିଛି। ନୁରୁଲ କହିଛନ୍ତି ଯେ, ବର୍ଷା ପରେ ଖେଳ ଆରମ୍ଭ ହୋଇଥିଲା, ଯାହା ଫଳରେ ଓଦା ଆଉଟଫିଲ୍ଡ ମ୍ୟାଚ ଉପରେ ପ୍ରଭାବ ପକାଇଥିଲା। କିନ୍ତୁ ସେଠାରେ ବିରାଟ ଏକ ନକଲି ଥ୍ରୋ କରିଥିଲେ, ଯାହା ପାଇଁ ଆମକୁ ପାଞ୍ଚ ରନ ଆକାରରେ ମିଳିବା କଥା। ହେଲେ ଆମେ ତାହା ପ୍ରକୃତରେ ପାଇନାହୁଁ। ପରୋକ୍ଷରେ ଅମ୍ପାୟାର କ୍ରିସ ବ୍ରାଉନ ଏବଂ ମାରାଇସ ଏରାସମୁସ ଏହି ଘଟଣାକୁ ଅଣଦେଖା କରିଛନ୍ତି ବୋଲି ନୁରୁଲ କହିଛନ୍ତି।

Get real time updates directly on you device, subscribe now.