fbpx
BSKY
BJD SHG SKY
BJD MC SKY

ଦୁନିଆ ପାଇଁ ଆସିଲା ବଡ ବିପଦ! ପୃଥିବୀ ଆଡକୁ ଫେରୁଛି ୨୩ ଟନ୍ ର ଚାଇନା ରକେଟ…

ନୂଆଦିଲ୍ଲୀ: ନିଜର ସ୍ୱତନ୍ତ୍ର ଅନ୍ତରୀକ୍ଷ ଷ୍ଟେସନ ତିଆରି କରୁଥିବା ଚାଇନାକୁ ଲାଗିଛି ଶକ୍ତ ଝଟକା । ଚୀନର ସ୍ପେସ ଏଜେନ୍ସି ତରଫରୁ ପଠାଯାଇଥିବା ଟନ୍ ର ଏକ ରକେଟ ଲଞ୍ଚ ହେବା ପରେ ଫେଲ ହୋଇଛି । କିନ୍ତୁ ଏହା ଏବେ ସାରା ବିଶ୍ୱ ପାଇଁ ମହାବିପଦ ପାଲଟିଛି । ଫେଲ ମାରିବା ପରେ ଏହି ରକେଟ ଏବେ ପୃଥିବୀକୁ ଫେରୁଥିବା ଜଣାଯାଇଛି । ମେଙ୍ଗଟିୟନ ମଡ୍ୟୁଲକୁ ନେଇ ଏହା ସ୍ପେସ ଷ୍ଟେସନକୁ ଉଡାଣ ଭରିଥିଲା । ତେବେ ରିପୋର୍ଟ ଅନୁସାରେ, ଚୀନର ବୈଜ୍ଞାନିକ ରକେଟକୁ ଅର୍ବିଟରେ ସ୍ଥାପନା କରି ପାରି ନଥିଲେ । ଯାହା ଫଳରେ ଏହି ଓଜନଦାର ରକେଟ ଏବେ ପୃଥିବୀ ଆଡକୁ ଦ୍ରୁତ ବେଗରେ ଖସିବାରେ ଲାଗିଛି ।

ମେଙ୍ଗଟିୟନ ମଡ୍ୟୁଲ ସହିତ ଲଙ୍ଗ ମାର୍ଟ 5B ରକେଟକୁ ସ୍ପସ ଷ୍ଟେସନକୁ ପଠାଇଥିଲା ଚାଇନା ମାନବଯୁକ୍ତ ସ୍ପେସ ଏଜେନ୍ସି (CSMA) । ତେବେ ପୃଥିବୀକୁ ଏହା ମୁହାଁଇଥିଲେ ମଧ୍ୟ ବାୟୁମଣ୍ଡଳରେ ଏହା କ୍ରାଶ୍ ହେବା ନେଇ ଅନେକ ଆଶଙ୍କା ରହିଛି । କିନ୍ତୁ ଏହାର କିଛିଟା ଅଂଶ ପୃଥିବୀପୃଷ୍ଠରେ ପଡିପାରେ । ଯେଉଁଥିପାଇଁ ବିଶ୍ୱର ପ୍ରାୟ ୮୮ ପ୍ରତିଶତ ଜନସଂଖ୍ୟା ଏବେ ବିପଦରେ ରହିଥିବା ସୂଚନା ମିଳିଛି ।

ଚଳିତବର୍ଷ ଆରମ୍ଭରେ ମଧ୍ୟ ଚୀନର ଏକ ରକେଟ ନିୟନ୍ତ୍ରଣ ବାହାରକୁ ଯାଇ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା । ଏହା ସ୍ପେସ ଷ୍ଟେସନକୁ ପଠାଯାଇଥିବା ଦ୍ୱିତୀୟ ରକେଟ ଥିଲା । ତେବେ ଲଞ୍ଚିଙ୍ଗର ମାତ୍ର ୬ ଦିନ ପରେ ଏହା ନିଜର ନିୟନ୍ତ୍ରଣ ହରାଇ ବସିଥିଲା । କିନ୍ତୁ ଚୀନ ଏ ନେଇ କୌଣସି ସୂଚନା ଦେଇ ନଥିଲା, ତେବେ ସୌଭାଗ୍ୟବଶତଃ ହିନ୍ଦ୍ ମହାସାଗରରେ ପଡିଥିବାରୁ ପୃଥିବୀ ଏକ ବିପଦରୁ ମୁକ୍ତି ପାଇ ଯାଇଥିଲା ।

Get real time updates directly on you device, subscribe now.