fbpx

ବେଙ୍ଗାଲୁରୁ ହାଇକୋର୍ଟର ନିର୍ଦ୍ଦେଶ: କଂଗ୍ରେସ ଓ ‘ଭାରତ ଯୋଡ଼ୋ ଯାତ୍ରା’ର ଟ୍ୱିଟର ହ୍ୟାଣ୍ଡେଲ ହେବ ବ୍ଲକ

ନୂଆଦିଲ୍ଲୀ : ବେଙ୍ଗାଲୁରୁ ହାଇକୋର୍ଟ ଟ୍ୱିଟରକୁ କଂଗ୍ରେସ ପାର୍ଟି ଏବଂ ଭାରତ ଯୋଡ଼ୋ ଯାତ୍ରା ଆକାଉଣ୍ଟକୁ ସାମୟିକ ଭାବେ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କଂଗ୍ରେସ କପିରାଇଟ୍ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ପାର୍ଟି ଏମଆରଟି ମ୍ୟୁଜିକ୍ ଦ୍ୱାରା କପିରାଇଟ୍ ହୋଇଥିବା ମ୍ୟୁଜିକ୍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

କେଜିଏଫ୍‌ ନିର୍ମାତା ଅଭିଯୋଗ କରିଥିଲେ କି, କଂଗ୍ରେସ ଭାରତ ଯୋଡ଼ୋ ଯାତ୍ରା ପାଇଁ ଯେଉଁ ମାର୍କେଟିଂ ଭିଡିଓଗୁଡ଼ିକ ପ୍ରସ୍ତୁତ କରିଛି, ସେଥିରେ ତାଙ୍କ ଫିଲ୍ମର ଗୀତ ସବୁ ବ୍ୟବହାର କରାଯାଇଛି। ଏବେ କୋର୍ଟ ଏହି ମାମଲାରେ ନିଜର ଆଦେଶ ମଧ୍ୟ ଶୁଣାଇ ଦେଇଛନ୍ତି। କୁହାଯାଇଛି ଯେ ଆବେଦନକାରୀଙ୍କ ଦ୍ୱାରା ସିଡୀ ମାଧ୍ୟମରେ ଦର୍ଶାଯାଇଥିଲା କି, କିଛି ମାମୁଲି ପରିବର୍ତ୍ତନ ସହିତ ସେମାନଙ୍କ ଓରିଜିନାଲ୍‌ ଭର୍ସନକୁ ବ୍ୟବହାର କରାଯାଇଛି।

ବେଙ୍ଗାଲୁରୁ ହାଇକୋର୍ଟଙ୍କ ଆଦେଶ ସମ୍ପର୍କରେ କଂଗ୍ରେସ ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଏପର୍ଯ୍ୟନ୍ତ ସେମାନେ ଏହି ଆଦେଶର କପି ପାଇ ନାହାଁନ୍ତି। କଂଗ୍ରେସ ପକ୍ଷରୁ ଟ୍ୱିଟରେ କୁହାଯାଇଛି ଯେ, ସେମାନେ ବେଙ୍ଗାଲୁରୁ ହାଇକୋର୍ଟଙ୍କ ଆଦେଶ ସମ୍ପର୍କରେ ସୋସିଆଲ ମିଡିଆରୁ ସୂଚନା ପାଇଛନ୍ତି। ଏହି ମାମଲାର ଶୁଣାଣି ସମୟରେ ଦଳ ପକ୍ଷରୁ କୋର୍ଟରେ କେହି ଉପସ୍ଥିତ ନଥିଲେ। ଏହି ପ୍ରସଙ୍ଗରେ ଆମେ ଆମ ସ୍ତରରେ ଆଇନଗତ ପରାମର୍ଶ ନେଉଛୁ ବୋଲି କଂଗ୍ରେସ କହିଛି ।

Get real time updates directly on you device, subscribe now.