fbpx
BSKY
BJD MC SKY
BJD MS SKY

ଚିନ୍ତାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ବୟସ ବଢିବା ସହ ଚିନ୍ତା ବଢିଯାଏ । ଲୋକମାନେ ନିଜକୁ ଖୁସି ରଖିବା ଓ ନିଜ ଭିତରେ ଥିବା କ୍ରିଏଟିଭିଟିକୁ ଖୋଜିବା ଏକ ଚ୍ୟାଲେଞ୍ଜ ଅଟେ । ସମସ୍ତ ପ୍ରକାରର ଦାୟିତ୍ଵ ଆମକୁ ନିଜ ପାଇଁ ସମୟ ବାହାର କରାଇ ଦେଇନଥାଏ ଓ ବର୍ଷ ବର୍ଷ ଧରି ଏହି କାରଣରୁ ମହିଳାମାନେ ନିରାଶା ଓ ଉଦାସୀନତାର ଶିକାର ହେବାକୁ ଲାଗନ୍ତି । ଏଭଳି ପରିସ୍ଥିତିରେ, ଆପଣ ନିଜର ଅଭ୍ୟାସ ଓ ଇଚ୍ଛାକୁ ଖୋଜନ୍ତୁ, ସେଗୁଡିକର ଏକ ତାଲିକା ପ୍ରସ୍ତୁତ କରନ୍ତୁ ଓ ତାହାକୁ ପୂରଣ କରିବାକୁ ସମୟ ନିଅନ୍ତୁ । ଏପରି କିଛି ଆକ୍ଟିଭିଟିଜର ଏକ ତାଲିକା ଅଛି, ଯାହା ଆପଣ ୪୦ ବର୍ଷ ବୟସ ପରେ ମଧ୍ୟ ଆରମ୍ଭ କରିପାରିବେ ଓ ଆପଣଙ୍କ ଜୀବନରେ ମଜା ଇ କ୍ରିଏଟିଭିଟିଜ ସାମିଲ କରିପାରିବେ, ଜାଣନ୍ତୁ କ’ଣ ?

– ସଙ୍ଗୀତ ଶିଖିବାର କୌଣସି ନିର୍ଦ୍ଦିଷ୍ଟ ବୟସ ନଥାଏ । ଆପଣ ଏହାକୁ ଯେକୌଣସି ବୟସରେ ବି ଶିଖିପାରିବେ । ଏପରି କିଛି ବାଦ୍ୟଯନ୍ତ୍ର ବଜାଇବାକୁ ଶିଖନ୍ତୁ, ଯାହାକୁ ଆପଣ ସର୍ବଦା ପସନ୍ଦ କରୁଥିବେ । ଉଦାହରଣ ସ୍ୱରୂପ, ଆପଣ ଗିଟାର କିମ୍ବା ପିଆନୋ ଶିଖିପାରିବେ ।

– ଯଦି ଆପଣଙ୍କର ଜୀବନ ଏପର୍ଯ୍ୟନ୍ତ ବହୁତ ଖୁସିରେ କଟିଛି ଓ ଆପଣ ଅନେକ ଭଲ ଏବଂ ଖରାପ ଅନୁଭୂତି ଦେଇ ଗତି କରିଛନ୍ତି, ତେବେ ଆପଣ ଏହା ଉପରେ ଏକ ପୁସ୍ତକ ଲେଖିପାରିବେ । ଏହା ମଧ୍ୟ ଆପଣଙ୍କର ଲେଖାକୁ ଉନ୍ନତ କରିବ ଓ ଆପଣ ମଧ୍ୟ ଏହି ଉପାୟରେ ନିଜର ନୂତନ କ୍ୟାରିୟର ଗଢିବାକୁ ସକ୍ଷମ ହେବେ ।

– ଭଲ ସ୍ୱାସ୍ଥ୍ୟ ପାଇଁ ଦୌଡିବା ଏକ ଭଲ ବ୍ୟାୟାମ । ଏପରି ସ୍ଥିତିରେ ଯଦି ଆପଣ ଏକ ଫିଟନେସ୍ ପ୍ରେମୀ, ତେବେ ରନିଙ୍ଗ ଆପଣଙ୍କ ପାଇଁ ଏକ ଭଲ ଅଭ୍ୟାସ ହୋଇପାରେ । ଏହା କରିବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ସହିତ ମନୋବଳ ସୁଦୃଢ ହୋଇଥାଏ ।

– ଯଦି ଆପଣ ଭଲ ଭାବରେ ସିଲେଇ କରିବାକୁ ଜାଣିଛନ୍ତି କିମ୍ବା ଆପଣ ଏହାକୁ ଶିଖିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କର ହବି ହୋଇପାରେ । ଯାହାକୁ ଆପଣ ୪୦ ବର୍ଷ ପରେ ମଧ୍ୟ ଆରମ୍ଭ କରିପାରିବେ ।

– ଯଦି ଆପଣ ପ୍ରକୃତି ପ୍ରେମୀ, ତେବେ ଆପଣଙ୍କ ସହରରେ ପକ୍ଷୀ ଦେଖୁଥିବା ଗୋଷ୍ଠୀ ଅଛନ୍ତି କି ନାହିଁ ଖୋଜନ୍ତୁ । ଆପଣ ସେମାନଙ୍କ ସହିତ ଜଙ୍ଗଲ କିମ୍ବା ପର୍ବତରେ ପକ୍ଷୀ ଦେଖିବାର ଯୋଜନା କରିପାରିବେ ।

 

Get real time updates directly on you device, subscribe now.