fbpx

ଭାରତ-ଇଂଲଣ୍ଡ ମ୍ୟାଚ ପୂର୍ବରୁ ଆସିଲା ବଡ ଦୁଃଖ ଖବର: ଆହତ ହୋଇ ଦଳରୁ ବାଦ୍ ପଡିଲେ ଏହି ଖେଳାଳି

ନୂଆଦିଲ୍ଲୀ: ବିଶ୍ୱକପରେ ଆସନ୍ତା ୧୦ ତାରିଖ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ଇଂଲଣ୍ଡ । ତେବେ ମ୍ୟାଚ ପୂର୍ବରୁ ଫ୍ୟାନ୍ସମାନଙ୍କ ଭିତରେ ବର୍ତ୍ତମାନ ଖୁବ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏହା ପୂର୍ବରୁ ଏକ ବଡ ଖବର ଏବେ ସାମନାକୁ ଆସିଛି । ଏହି ମ୍ୟାଚରେ ଜଣେ ଷ୍ଟାର ଖେଳାଳି ବାଦ୍ ପଡିପାରନ୍ତି ବୋଲି ଆଶା କରାଯାଉଛି । ଆହତ ସମସ୍ୟା ଯୋଗୁଁ ସେ ସେମିଫାଇନାଲ ମ୍ୟାଚରୁ ଦୂରେଇ ଯାଇପାରନ୍ତି । ତେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଭାରତ ବିପକ୍ଷ ଏହି ସେମି ଫାଇନାଲ ମ୍ୟାଚ ପାଇଁ ଦଳରୁ ବାଦ୍ ପଡିପାରନ୍ତି ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଡାଭିଡ ମଲାନ । ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ସମୟରେ ସେ ଆହତ ହୋଇଥିଲେ । ତେଣୁ ସେମି ଫାଇନାଲରେ ତାଙ୍କ ଖେଳିବା ନେଇ ଦ୍ୱନ୍ଦ୍ୱ ଭରି ରହିଛି । ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଥିଲେ ଡାଭିଡ ମଲାନ । ତେଣୁ ସେ ଭାରତ ବିପକ୍ଷରେ ଖେଳିବେ କି ନାହିଁ ସେ ନେଇ ଆଲୋଚନା ଜାରି ରହିଛି । ତେବେ ଆଘାତକୁ ନେଇ ସ୍ପଷ୍ଟ କରିଛନ୍ତି ସାଥୀ ଖେଳାଳି ମୋଇନ ଅଲୀ । ଡାଭିଡ ମଲାନ ଦଳ ପାଇଁ ଗତ କିଛି ବର୍ଷରେ ବେଷ୍ଟ ଖେଳାଳି ହୋଇ ରହିଛନ୍ତି । ତେବେ ସେ ସୁସ୍ଥ ଦେଖାଯାଉନାହାନ୍ତି । ତେଣୁ ସେ ଖେଳିବା କଷ୍ଟକର ମନେ ହେଉଛି ।

Dawid Malan 'unlikely to be fit' for England's T20 World Cup semi-final vs  India - Mirror Online

ଭାରତ-ଇଂଲଣ୍ଡ ସେମି ଫାଇନାଲ ମ୍ୟାଚ ଖୁବ ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି । ତେଣୁ ସେମି ଫାଇନାଲରେ ଜିତି ଫାଇନାଲକୁ କିଏ ଟିକେଟ ପାଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଉଭୟ ଦଳର ଅଧିକାଂଶ ଖେଳାଳି ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି ।

Get real time updates directly on you device, subscribe now.