fbpx

ଭାରତ ପରାଜୟକୁ ପରିହାସ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, କଡ଼ା ଜବାବ ଦେଲେ ଭାରତୀୟ ପ୍ରଶଂସକ

ନୂଆଦିଲ୍ଲୀ: ଭାରତୀୟ ଟିମ୍ ଟି-୨୦ ବିଶ୍ୱକପ ସେମିଫାଇନାଲ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ବରଣ କରିଛି। ଏହାକୁ ନେଇ ଅଭିଜ୍ଞ ଖେଳାଳିମାନେ ଅନେକ ଆଲୋଚନା କରୁଛନ୍ତି । ଭାରତର ପରାଜୟ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ମଧ୍ୟ ଭାରତର ମଜାକ ଉଡ଼ାଇଛନ୍ତି । ଆଜିର ମ୍ୟାଚ୍ ପରେ ଶାହାବାଜ ଶରିଫ କିଛି ଏପରି ଟ୍ୱିଟ୍ କରିଥିଲେ, ଯାହାକୁ ଦେଖି ଭାରତୀୟ ପ୍ରଶଂସକ ନିଆଁ ଝୁଲ ହୋଇ ଉଠିଥିଲେ ।

ତେବେ ଆଜି ଭାରତର ପରାଜୟ ପରେ ଭାରତୀୟ ପ୍ରଶଂସକମାନେ ଦଳର କମଜୋରୀ ବିଷୟରେ ଆଲୋଚନା କରୁଛନ୍ତି । କିନ୍ତୁ ଶାହାବାଜ ଶରୀଫଙ୍କ ମଜାକି ଅନ୍ଦାଜ ଭାରତୀୟ ପ୍ରଶଂସକଙ୍କୁ ଆଦୌ ପସନ୍ଦ ଆସିନାହିଁ । ଏହାପରେ ଭାରତୀୟମାନେ ଶାହାବାଜ ଶରୀଫଙ୍କୁ କଡ଼ା ଜବାବ ଦେଇଛନ୍ତି ।

ଇଂଲଣ୍ଡ ବିପକ୍ଷରେ ଭାରତ ହାରିବା ପରେ ସାରା ବିଶ୍ୱରେ ଅନେକ ଅଭିଜ୍ଞ ଖେଳାଳି ଟୁଇଟ୍ କରିଥିଲେ। ଏହି ଟ୍ୱିଟ୍ ମଧ୍ୟରୁ ଗୋଟିଏ ଭାରତୀୟ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହା ହେଉଛି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ଟ୍ୱିଟ। ଶାହାବାଜ ସରିଫ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ତେଣୁ ଏହି ରବିବାର ମ୍ୟାଚ୍ ୧୫୨/୦ ବନାମ ୧୭୦/୦ ହେବ। ଏହି ସ୍କୋରଲାଇନ୍ ସହିତ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଗତ ଟି -୨୦ ବିଶ୍ୱକପ୍‌ର ଭାରତ-ପାକିସ୍ତାନ ମ୍ୟାଚ୍ ବିଷୟରେ ସୂଚନା ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ସେତେବେଳେ ପାକିସ୍ତାନ ଭାରତକୁ ଦଶ ୱିକେଟରେ ପରାସ୍ତ କରିଥିଲା। ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ପାଇଁ ୧୫୧ ରନ୍ ସଂଗ୍ରହ କରିଥିଲା। ଏଥି ସହିତ ପାକିସ୍ତାନୀ ଓପନର୍ ବାବର ଆଜାମ ଏବଂ ମହମ୍ମଦ ରିଜୱାନ ୧୦ ଟି ବଲ ବାକି ରହି ଦଳକୁ ବିଜୟ ପ୍ରଦାନ କରିଥିଲେ। ତା’ପରେ ପାକିସ୍ତାନର ଅନ୍ତିମ ସ୍କୋର ଥିଲା ୧୫୨/୦। ଅନ୍ୟପକ୍ଷରେ, ଆଜିର ମ୍ୟାଚ୍ ରେ ଇଂଲଣ୍ଡ କୌଣସି ୱିକେଟ୍ ନହରାଇ ୧୬୯ ରନ୍ ଲକ୍ଷ୍ୟ ହାସଲ କରିଛି। ମ୍ୟାଚ ବିଜୟ ପରେ ଇଂଲଣ୍ଡର ଅନ୍ତିମ ସ୍କୋର ଥିଲା ୧୭୦/୦।

Get real time updates directly on you device, subscribe now.