fbpx

ଅର୍ଚ୍ଚନା ମାମଲାରେ ଆସିଲା ବଡ଼ ଅପଡେଟ୍: ଖଗେଶ୍ୱରକୁ ଉଠାଇନେଲା ED

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ଏହି ମାମଲାରେ ଇଡି ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରକୁ ଉଠାଇ ନେଇଛି ଇଡି । ଇଡି ଅଫିସରେ ଖଗେଶ୍ୱରକୁ ମାରାଥନ ଜେରା କରାଯାଇଥିବା ଜଣାପଡିଛି । ଖଗେଶ୍ୱରକୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚାରୁଛନ୍ତି ଅଧିକାରୀ । ଖଗେଶ୍ୱରରେ ସମ୍ପୃକ୍ତି ନେଇ ଅଧିକ ପଚରାଉଚରା ଚାଲିଛି । ଖଗେଶ୍ୱର ସମେତ ୬ ଜଣଙ୍କ ବୟାନ ରେକର୍ଡ କରିଛି ଇଡି । ୬ଟି ସ୍ଥାନରେ ୬ ଜଣଙ୍କ ବୟାନ ରେକର୍ଡ ସରିଛି ।

ଅର୍ଚ୍ଚନାଙ୍କ ବାପାଙ୍କ ବାପାଙ୍କ ବୟାନ ବି ରେକର୍ଡ କରିଛି ଇଡି । ଖଗେଶ୍ୱର ଘରେ ରେଡ୍ ବେଳେ ଇଡି ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ୬ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଇଡି ହାତରେ ଲାଗିଥିବା ସୂଚନା ମିଳିଛି । ଖଗେଶ୍ୱର କାର୍ ଶୋ’ ରୁମରେ ଅର୍ଚ୍ଚନାଙ୍କ ଟଙ୍କା ଲାଗିଥିବା ସୂଚନା ମିଳିଛି । ଏବେ ବି ଇଡି ପକ୍ଷରୁ ଅଧିକ ତଦନ୍ତ ଚାଲିଛି । ରେଡ୍ ପରେ ବି ଇଡି ସ୍କାନରରେ ୧୦ରୁ ଅଧିକ ବ୍ୟକ୍ତି ଅଛନ୍ତି । ଅର୍ଚ୍ଚନାଙ୍କ ଆର୍ଥିକ କାରବାର ନେଇ ଖୋଳତାଡ଼ ଚାଲିଛି ।

Get real time updates directly on you device, subscribe now.