fbpx

୫୨ ବର୍ଷର ଭିନ୍ନକ୍ଷମଙ୍କୁ ପ୍ରେମ କରିବସିଲେ ୨୫ ବର୍ଷୀୟା ଯୁବତୀ; ନିଜ ଆଡୁ ପ୍ରପୋଜ କରି ରଚିଲେ ବିବାହ

ନୂଆଦିଲ୍ଲୀ: ପ୍ରେମରେ ପଡ଼ିଲେ ଲୋକମାନେ ସବୁକିଛି ଭୁଲିଯାଆନ୍ତି ଓ ନିଜ ସାଥୀକୁ ପାଇବାକୁ କିଛି ବି କରିବାକୁ ପଛାନ୍ତି ନାହିଁ । ଏହିପରି ଏକ ପ୍ରେମ ସମ୍ପର୍କ ପାକିସ୍ତାନ ଦମ୍ପତିଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ପାକିସ୍ତାନରେ ରହୁଥିବା ୨୫ ବର୍ଷୀୟା ଜୁବିୟା ୫୨ ବର୍ଷର କାଦିରଙ୍କ ପ୍ରେମରେ ପଡ଼ିଗଲେ । କାଦିର ଜଣେ ଭିନ୍ନକ୍ଷମ, ନା ସେ କିଛି କହିପାରନ୍ତି ନା ସେ କିଛି ଶୁଣିପାରନ୍ତି । ଏହା ପରେ ବି ତାଙ୍କୁ ଜୁବିୟା ଭଲ ପାଇ ବସିଲେ ଓ ନିଜ ଆଡୁ ବିବାହ ପାଇଁ ପ୍ରପୋଜ କରିଥିଲେ । ଜୁବିୟା ନିକଟରେ ନିଜ ଲଭ୍ ଷ୍ଟୋରୀ କହିଛନ୍ତି ।

ୟୁଟ୍ୟୁବକୁ ଦେଇଥିବା ଏକ ସାକ୍ଷାତକାରରେ ଜୁବିୟା କହିଛନ୍ତି, ତାଙ୍କ ପିତାମାତାଙ୍କ ମୃତ୍ୟୁ ପରେ ସେ ତାଙ୍କ ବଡ଼ ଭାଇଙ୍କ ସହ ରହୁଥିଲେ । କାଦିର ତାଙ୍କ ଭାଇଙ୍କର ଘନିଷ୍ଠ ବନ୍ଧୁ ଥିଲେ । ଉଭୟଙ୍କର ସମ୍ପର୍କ ବହୁତ ଦୃଢ଼ ଥିଲା । ଦିନେ ତାଙ୍କ ଭାଇ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ । ଭାଇଙ୍କ ବିୟୋଗ ପରେ ସେ ସଂପୂର୍ଣ୍ଣ ଏକୁଟିଆ ହୋଇଗଲେ । ଏହି ସମୟରେ, କାଦିରଙ୍କ ସହିତ ତାଙ୍କର ଘନିଷ୍ଠତା ବଢ଼ିବାରେ ଲାଗିଲା ।

ଜୁବିଆଙ୍କ ଅନୁଯାୟୀ, କାଦିର ଅତ୍ୟନ୍ତ ଯତ୍ନଶୀଳ ଅଟନ୍ତି । ସେ ତାଙ୍କର ଯତ୍ନ ନିଅନ୍ତି । ସେ ତାଙ୍କ ବ୍ୟବହାର ଓ ସରଳ ସ୍ୱଭାବ ଦ୍ୱାରା ପ୍ରଭାବିତ ହୋଇଥିଲେ । ଏହା ପରେ ସେ ନିଜେ କାଦିରଙ୍କୁ ପ୍ରସ୍ତାବ ଦେଇଥିଲେ, ତା’ପରେ ଦୁହେଯାକ ବିବାହ କରିଥିଲେ । ଜୁବିୟା କହିଛନ୍ତି ଯେ କାଦିର ଅକ୍ଷମ, ତେଣୁ ସେ କେବଳ ଅଙ୍ଗଭଙ୍ଗୀରେ ନିଜର ପ୍ରେମ ବ୍ୟକ୍ତ କରିଥିଲେ । କାଦିର ମଧ୍ୟ ଟିକେ ଲାଜ କରି ଜୁବିଆଙ୍କ ପ୍ରସ୍ତାବକୁ ଗ୍ରହଣ କଲେ । କାଦିର ଅଙ୍ଗଭଙ୍ଗୀରେ କହିଥିଲେ ଯେ ସେ ଜୁବିଆଙ୍କୁ ବହୁତ ପସନ୍ଦ କରନ୍ତି ।

ସାକ୍ଷାତକାର ସମୟରେ ଜୁବିୟାଙ୍କ ଭାଇଙ୍କ କଥା ମନେ ପକେଇବା ବେଳେ କାଦିର ଭାବପ୍ରବଣ ହୋଇ ଯାଇଥିଲେ । ସେ କହିଛନ୍ତି ଯେ ସେ ନିଜ ସାଙ୍ଗକୁ ବହୁତ ମନେ ପକାନ୍ତି । ଜୁବିୟାଙ୍କ ଅନୁଯାୟୀ ସେ ଜଣେ ଶିକ୍ଷକ ଓ କାଦିର ବ୍ୟବସାୟ କରନ୍ତି ।

Get real time updates directly on you device, subscribe now.