fbpx

ବନ୍ଦ ହୋଇଗଲା ଏହି ବଡ଼ ବ୍ୟାଙ୍କ: ଲାଇସେନ୍ସ ବାତିଲ କଲା RBI

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ ବ୍ୟାଙ୍କର ଲାଇସେନ୍ସ ବାତିଲ କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମହାରାଷ୍ଟ୍ରର ୟବତମାଲ ବାବାଜୀ ଦାତେ ମହିଳା ସହାକାରି ବ୍ୟାଙ୍କ ଲିମିଟେଡର ଲାଇସେନ୍ସକୁ ବାତିଲ କରିଦେଇଛି । ଶୁକ୍ରବାର ଦିନ ଏହି ସୂଚନା ପ୍ରଦାନ କରି ରିଜର୍ଭ ବ୍ୟାଙ୍କ କହିଛି ଯେ, ଏହି ଋଣଦାତାଙ୍କ ପାଖରେ ପର୍ଯ୍ୟାପ୍ତ ପୁଞ୍ଜି ଏବଂ ରୋଜଗାର ସମ୍ଭାବନା ନାହିଁ, ଯାହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।

ବ୍ୟାଙ୍କ ଦ୍ୱାରା ପ୍ରକାଶିତ ତଥ୍ୟକୁ ଜାରି କରି ରିଜର୍ଭ ବ୍ୟାଙ୍କ କହିଛି ଯେ, ପ୍ରାୟ ୭୯ ପ୍ରତିଶତ ଜମାକାରୀମାନେ ଜମା ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ (ଡିଆଇସିଜିସି) ରୁ ସେମାନଙ୍କ ଜମା ରାଶି ପାଇବାକୁ ହକଦାର । ୧୬ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ସମୁଦାୟ ବୀମାଭୁକ୍ତ ଜମାରାଶିର ୨୯୪.୬୪ କୋଟି ଟଙ୍କା ଦେଇସାରିଛି ଡିଆଇସିଜିସି ।

ଆରବିଆଇରୁ ଦିଆଯାଇଥିବା ସୂଚନା ଅନୁସାରେ, ନିଜ ଲାଇସେନ୍ସକୁ ବାତିଲ କରିବାର ପରିଣାମ ସ୍ୱରୂପ ବାବାଜୀ ଦାତେ ମହିଳା ସହାକାରି ବ୍ୟାଙ୍କ ଲିମିଟେଡକୁ ‘ବ୍ୟାଙ୍କିଙ୍ଗ’ ବ୍ୟବସାୟ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଫଳରେ ବ୍ୟାଙ୍କରେ ଜମା ରାଶି ନେବା ଓ ଭରିବା ଆଦିକୁ ତୁରନ୍ତ ବନ୍ଦ କରିଦିଆଯାଇଛି ।

Get real time updates directly on you device, subscribe now.