fbpx
BSKY SKY
BSKY SKY

ବିଚ୍ଛେଦର ଏକ ବର୍ଷ ପରେ ପୁଣି ଏକାଠି ହେଲେ ସାମନ୍ଥା- ନାଗାଚୈତନ୍ୟ! ପ୍ରଶଂସକଙ୍କୁ ଦେବେ କି ସପ୍ରାଇଜ୍ ?

BSKY

ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଭାବରେ ସମନ୍ଥା ଋଥପ୍ରଭୁ ବେଶ ପରିଚିତ । ସେ ‘ଦି ଫ୍ୟାମିଲି ମ୍ୟାନ୍ ୨’ ଏବଂ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା ଦ ରାଇସ’ରେ ଅଭିନୟ କରିବା ପରେ ତାଙ୍କର ଲୋକପ୍ରିୟତା ବଢିବାର ଲାଗିଛି । ତେବେ ଏହାରି ମଧ୍ୟରେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚରେ ରହିଆସିଛନ୍ତି । ତେବେ ଅଭିନେତ୍ରୀ ସମନ୍ଥା ତାଙ୍କ ସ୍ୱାମୀ ଅଭିନେତା ନାଗାଚୈତନ୍ୟଙ୍କ ଠାରୁ ଦୀର୍ଘ ଏକ ବର୍ଷ ହେବ ଅଲଗା ହୋଇଥିଲେ । ଯାହାକୁ ନେଇ ସେହି ସମୟରେ ସବୁଠି ଚର୍ଚ୍ଚା ଜୋର ଧରିଥିଲା । ଏହି ଦୁଇ ଯୋଡିଙ୍କୁ ଏକାଠି କରିବା ପାଇଁ ସେହି ସମୟରୁ ଆଜି ପର୍ଯ୍ୟନ୍ତ ତାଙ୍କ ଫ୍ୟାନ୍ ମାନେ ଚେଷ୍ଟା କରି ଆସୁଛନ୍ତି । ଯାହାକି ଆଗାମୀ ଦିନରେ ସତ ହେବାକୁ ଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ନିକଟରେ ସାମନ୍ଥା ଙ୍କ ଏକ ଫିଲ୍ମ ‘ଯଶୋଦା’ ବିଭିନ୍ନ ସିନେମା ଘରେ ମୁକ୍ତିଲାଭ କରିଛି । ଯାହାକି ଭଲ ବଜେଟ୍ କରିଥିବା ଜଣା ପଡିଛି । ତେବେ ଚଳଚିତ୍ର ବ୍ୟତୀତ ଅଭିନେତ୍ରୀ ସାମନ୍ଥା ନିଜ ଅଟୋ ଇମ୍ୟୁନ୍ ରୋଗକୁ ନେଇ ମଧ୍ୟ ଚର୍ଚ୍ଚରେ ରହିଛନ୍ତି । କାରଣ ତାଙ୍କର ଏହି ରୋଗ ବିଷୟରେ ଜଣାପଡିବା ପରେ ସାମନ୍ଥାଙ୍କ ପୂର୍ବ ସ୍ୱାମୀ ତାଙ୍କୁ ଦେଖା କରିବାକୁ ଯାଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଏଥିସହିତ ଏହି ଦୁଇ ଯୋଡି ଆଗାମୀ ଦିନରେ ଏକାଠି ହୋଇପାରନ୍ତି ବୋଲି ତାଙ୍କ ଫ୍ୟାନ୍ ମାନେ ଆଶା କରୁଛନ୍ତି ।

ପୁଣି ଏକାଠି ହେବେ ସାମାନ୍ଥା-ନାଗା!

ସାଉଥ୍ ଅଭିନେତ୍ରୀ ସାମନ୍ଥା ଏବଂ ଅଭିନେତା ନାଗା ସାଉଥ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଉଭୟଙ୍କ ଯୋଡିକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରିଥାନ୍ତି ।ତେବେ ଉଭୟ ଯେତେବେଳେ ପରସ୍ପର ଠାରୁ ବିଚ୍ଛେଦ ହୋଇଥିଲେ ସେତେବେଳେ ଏହା ଖୁବ ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ ବିଚ୍ଚେଦର ଏକ ବର୍ଷ ପରେ ପୁଣି ଥରେ ଏହିି ଯୋଡି ଚର୍ଚ୍ଚାକୁ ଆସିଛନ୍ତି । କୁହାଯାଉଛି ଆଗାମୀ ଦିନେରେ ନାଗା ଏବଂ ସାମନ୍ଥା ଏକାଠି ହୋଇପାରନ୍ତି । ସେହିପରି ବଲିଉଡ ଲାଇଫ ର ରିପୋର୍ଟ ଅନୁସାରେ ଏହା ଜଣାପଡିଛି ଯେ ସାମନ୍ଥା ଋଥପ୍ରଭୁ ଏବଂ ନାଗା ଚୈତନ୍ୟ ଛାଡପତ୍ର ପରେ ମଧ୍ୟ ପରସ୍ପର ସହ ବୃତ୍ତିଗତ ସମ୍ପର୍କ ରଖିଛନ୍ତି । ତେବେ କୁହାଯାଉଛି ଯେ ଏହି ଯୋଡି ପୁଣି ଥରେ କ୍ୟାମେରା ଆଗରେ ରୋମାନ୍ସ କରୁଥିବାର ଦେଖାଯାଇପାରେ ।

Get real time updates directly on you device, subscribe now.