fbpx

ଧରମ ଭାଇଙ୍କ ଟେଲିଫୋନ ଆସଲେ ସ୍ୱାମୀ କରୁଛନ୍ତି ସନ୍ଦେହ !

ଭୁବନେଶ୍ୱର, ୧୬ । ୪ (ଓଡ଼ିଶା ଭାସ୍କର): କରେନା ପାଇଁ ସାରା ଦେଶରେ ଲକ୍ ଡାଉନ ।ଘରୁ ବହାରିବା ଉପରେ ପ୍ରତିବନ୍ଧକ । ଏଭଳି ଅବସ୍ଥାରେ ବଢ଼ିଛି ଘରୋଇ ହିଂସା । ଘରେ ରହି ବୋର ହେଉଥିବା ଲୋକେ ଟିକେ ଟିକେ କଥାରେ ରାଗି ପାଚି ଲାଲ୍ । କେଉଁଠି ଖାଇବା ପିଇବାକୁ ନେଇତ କେଉଁଠି ଫୋନକଲକୁ ନେଇ । ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ମନସ୍ତତ୍ତ୍ୱିକ କେନ୍ଦ୍ର ଖୋଲି ଟୋଲ ପି ନମ୍ବର ଜାରୀ କରିଛନ୍ତି । ପ୍ରତିଦିନ ଏଠାକୁ ହଜାର ହଜାର କଲ୍ ଆସୁଛି । ବେଶୀ କଲ ଆସୁଛି ସ୍ୱମୀଙ୍କ ସନ୍ଦେହକୁ ନେଇ ।ଅଧିକାଂଶ ମଳିଳା ଅଭିଯୋଗ କରୁଛନ୍ତି ଯେ ମୋବାଇଲକୁ କଲଟିଏ ଆସଲେ ସ୍ୱାମୀ ବାରମ୍ବାର କିଏ ବୋଲି ପଚାରୁଛନ୍ତି । ମହିଳା ହେଲେ ଠିକ ହେଲେ ଭୁଲରେ ଯଦି କୈାଣସି ପୁରୁଷ ର କଲ୍ ଆସିଲା ତେବେ କଥା ସରିଲା । ତେଣିକି ସେ ସମ୍ପର୍କୀୟ ଭାଇ ହୋଇଥାଉନା କାହିଁକି । ସେହିପରି କିଛି ମହିଳା କହୁଛନ୍ତି କରେନା ପୂର୍ବରୁ ମାରିଦେବ ଶାଶୁ,ଶଶୁର,ନଣନ୍ଦଙ୍କ କଟୁବାକ୍ୟ ।

Get real time updates directly on you device, subscribe now.