fbpx

ଲକ୍ ଡାଉନ : ଘରେ କିପରି ପ୍ରସ୍ତୁତ କରିବେ ମଦ ?

ଭୁବନେଶ୍ୱର, ୧୬ । ୪ (ଓଡ଼ିଶା ଭାସ୍କର): ଦେଶ ସାରା ଲକ୍ ଡାଉନ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଛଡା ଅନ୍ୟ ଦୋକାନ ବନ୍ଦ ।ବାର ବନ୍ଦ, ମଦ ଦୋକାନ ସିଲ ।ଏଭଳି ଅବସ୍ତାରେ ବଢ଼ିଛି ଚୋରା ମଦ କାରବାର । ଏବେ ଚୋରା ମଦ ୪ ଗୁଣା ଦରରେ ମିଳୁଛି । ତେଣୁ ଅନେକ ଅଧିକା ପଇସା ଦେଇ ମଦ ପିଇବା ବଦଳରେ ନିଜ ପିଇବା ନିଶା ମାରିସାରିଲେଣି । ଆଉ କିଛି କିନ୍ତୁ ଏତେ ସହଜରେ ମଦ ଛାଡିପାରୁନାହନ୍ତି । କିନ୍ତୁ ଏପଟେ ଦୋକାନ ବନ୍ଦ । ଚୋରା ବେପରୀ ବି ଆବଶ୍ୟକ ସପ୍ଳାଏ କରିପାରୁନାହାନ୍ତି । ଏପରି ଅବସ୍ଥାରେ ଲୋକେ ଗୁଗୁଲ ଓ ୟୁ ଟ୍ୟୁବରେ ଘରେ ମଦପ୍ରସ୍ତୁତି ଉପାୟକୁ ସର୍ଚ୍ଚ କରିବା ଆରମ୍ଭ କରିଛନ୍ତି । ଗୁଗୁଲର ତଥ୍ୟ ଅନୁଯାୟୀ ଏହି ଲକ୍ ଡାଉନ ଭିତରେ ଅଧିକାଂଶ ଭାରତୀୟ ଏ ନେଇ ସର୍ଚ୍ଚ କରିଛନ୍ତି । ବିଶେଷ କରି ଗତ ୨୨ରୁ ୨୮ ତାରିଖମଧ୍ୟରେ ଏନେଇ ସର୍ବାଧିକ ସର୍ଚ୍ଚ କରାଯାଇଛି । କିନ୍ତୁ ଏଥିରେ ଦିଆଯାଇଥିବା ପ୍ରସ୍ତୁତି ପ୍ରଣାଳୀ ଅଧିକାଂଶ ଭାରତୀୟ ବୁଝିପାରୁ ନାହାନ୍ତି । ତଛଡା ଅବଶ୍ୟକୀୟ ର ମ୍ୟାଟେରିଆଲ ମଧ୍ୟ ଉପଲବ୍ଧ ହୋଇପାରୁନାହିଁ ।

Get real time updates directly on you device, subscribe now.