fbpx

କରୋନା ଭାଇରସ୍: ୪୦୦ ଟପିଲା ଦେଶରେ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୧୬ା୪: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ୪୧୪କୁ ବୃଦ୍ଧି ପାଇଥିବା ନେଇ ସୂଚନା ମିଳିଛି । ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୩୮୦କୁ ଛୁଇଁଥିବା ବେଳେ ୧୦୪୭୭ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାସହ ୧୪୮୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୮୭ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ମଧ୍ୟପ୍ରଦେଶରେ ୫୩, ଗୁଜୁରାଟରେ ୩୩, ଦିଲ୍ଲୀରେ ୩୨, ଆନ୍ଧ୍ରପ୍ରଦେଶରେ ୧୪, ପଞ୍ଜାବରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.