fbpx

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ; ଏକକାଳୀନ ୮ଟି ସ୍ଥାନରେ ଚଢାଉ

ଉଦଳା:ରାଜ୍ୟରେ ଦିନକୁ ଦିନ ଦୁର୍ନୀତିର ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡୁଛନ୍ତି । ପୂର୍ବରୁ ଅନେକ ସରକାରୀ କର୍ମଚାରୀ ଏହି ଭିଡିଲାନ୍ସ ହାତରେ ଧରା ପଡିଥିବା ବେଳେ ବର୍ତ୍ତମାନ ପୁଣି ଏକ ସରକାରୀ ବାବୁ ଏହି ଜାଲରେ ଫସିଛନ୍ତି । ତେବେ ଆଜି ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ ।

ମିଳିଥିବା ସୂଚନା ଅନୁଯାୟୀ, ଉଦଳା ଆରଡବ୍ଲୁଏସଏସର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଡିଲାନ୍ସ ରେଡ କରିଛି । ତେବେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ ହୋଇଥିବା ଜଣାପଡିଛି । ଭୁବନେଶ୍ୱର ୪ଟି ସ୍ଥାନ ସମେତ କେନ୍ଦ୍ରାପଡା ଓ ମୟୂରଭଞ୍ଜର ୨ ଟି ଲେଖାଏଁ ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଡାଉ କରିଛି । ଏତତ୍ ବ୍ୟତୀତ ଉଦଳାରେ ମଧ୍ୟ ଏହି ଚଢାଉ ଜାରି ରହିଛି । ତେବେ ମୋଟ ୮ଟି ସ୍ଥାନରେ ଏହି ରେଡ ହୋଇଥିବାବେଳେ କେତେ ମାତ୍ରାରେ ଏହି ଆୟ ବହିର୍ଭୂତ ସମ୍ପତ୍ତି ଅଛି ତାହା ଆକଳନ ପରେ ଜଣାପଡିବ ବୋଲି ସୂଚନା ମିଳୁଛି ।

Get real time updates directly on you device, subscribe now.